Wednesday, November 11, 2026
Home ଆଞ୍ଚଳିକ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ଝିଅଙ୍କୁ ନୋଟିସ

ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ଝିଅଙ୍କୁ ନୋଟିସ

16

୦୬/୧୦/୨୧ (ଜିଲ୍ଲା ଖବର) : ପୁଣି ସମୟ ମାଗିଲେ ପ୍ରଦୀପ ପାଣିଗ୍ରାହୀ । ଓକିଲଙ୍କ ଜରିଆରେ ଇଡି କାର୍ଯ୍ୟାଳୟରେ ସମୟ ମାଗିଲେ ପ୍ରଦୀପ । ମଙ୍ଗଳବାର ପ୍ରଦୀପଙ୍କ ସମୁଦି ଅଭୟକାନ୍ତ ପାଠକଙ୍କୁ ୧୧ ଘଣ୍ଟା ଧରି ଜେରା କରିଥିଲା ଇଡି । ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ଝିଅଙ୍କୁ ଇଡି କରିଥିଲା ନୋଟିସ ।

ପୂର୍ବରୁ ପ୍ରଦୀପ ପାଣିଗ୍ରାହୀ ପ୍ରସଙ୍ଗରେ ଭିଜିଲାନ୍ସକୁ ଲାଗିଥିଲା ଝଟକା। ଲୋକାୟୁକ୍ତଙ୍କ ଆଦେଶ ହାଇକୋର୍ଟରେ ଖାରଜ ହୋଇଥିଲା । ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଆଇନ ସିଦ୍ଧ ନଥିବା କୋର୍ଟ କହିଥିଲେ । ଭିଜିଲାନ୍ସ ଏହି ମାମଲାର ତଦନ୍ତ କରି ପାରିବ ନାହିଁ । ଭିଜିଲାନ୍ସ ଆବେଦନକାରୀ ହୋଇଥିବାରୁ, ସେହି ସଂସ୍ଥା ତଦନ୍ତ କରିବା ବେଆଇନ ବୋଲି କୋର୍ଟ କହିଥିଲେ ।