Thursday, November 12, 2026
Home ଆଞ୍ଚଳିକ ଭାଇ ଗିରଫ ହେବା ପରେ, ଟ୍ରୋଲର ଶିକାର ହୋଇଛନ୍ତି ସୁହାନା ଖାନ୍

ଭାଇ ଗିରଫ ହେବା ପରେ, ଟ୍ରୋଲର ଶିକାର ହୋଇଛନ୍ତି ସୁହାନା ଖାନ୍

21

ମୁମ୍ବାଇ,୦୬/୧୦/୨୧ (ଜିଲ୍ଲା ଖବର) : ଡ୍ରଗ୍ସ ମାମଲାରେ ଶାହରୁଖ୍ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଅକ୍ଟୋବର ୭ ପର୍ଯ୍ୟନ୍ତ ଏନସିବି ରିମାଣ୍ଡରେ ପଠାଯାଇଛି। ମୁମ୍ବାଇରୁ ଗୋଆ ଯାଉଥିବା ଏକ କ୍ରୁଜରେ ଡ୍ରଗ୍ ପାର୍ଟିରେ ସାମିଲ ହେବା ମାମଲାରେ, ଆର୍ଯ୍ୟନଙ୍କୁ ଗିରଫ କରାଯାଇଛି। ଭାଇ ଗିରଫ ହେବା ପରେ, ଏବେ ଶାହରୁଖଙ୍କ ଝିଅ ସୁହାନାଙ୍କୁ ମଧ୍ୟ ଇନଷ୍ଟାଗ୍ରାମରେ ଟ୍ରୋଲର୍ସ କମେଣ୍ଟ ଦେବା ଆରମ୍ଭ କରି ଦେଇଛନ୍ତି । ଯାହାଫଳରେ ସୁହାନା ଏକ ବଡ ପଦକ୍ଷେପ ନେଇଛନ୍ତି।

ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ସୁହାନା । ଫଟୋ , ଭିଡିଓ ସେୟାର କରି ସେ ସବୁବେଳେ ଫ୍ୟାନ୍ସଙ୍କ ଦୃଷ୍ଟି ଆକର୍ଷଣ କରନ୍ତି । କିନ୍ତୁ ତାଙ୍କ ଭାଇ ଗିରଫ ପରେ ସୋସିଆଲ ମିଡିଆରେ ଲୋକେ ତାଙ୍କୁ ଟ୍ରୋଲ କରୁଛନ୍ତି । ଯେଉଁଥିପାଇଁ ସେ ତାଙ୍କ ଇନଷ୍ଟାଗ୍ରାମରେ କମେଣ୍ଟ ସେକ୍ସନ୍ ବନ୍ଦ କରି ଦେଇଛନ୍ତି। ଯାହାଦ୍ୱାରା କେହି ତାଙ୍କ ଉପରେ କୌଣସି ନକାରାତ୍ମକ ପ୍ରତିକ୍ରିୟା ଦେଇପାରିବେ ନାହିଁ।