
କନ୍ଧମାଳ ,୧୯/୮(ଏଜେନସି ) :କନ୍ଧମାଳ ଜିଲ୍ଲା ତରଫରୁ ବିଶ୍ୱ ଫୋଟୋଗ୍ରାଫି ଦିବସ ପାଳନ ହୋଇଛି ଏହି ଦିବସ ବାଲିଗୁଡା ନଗର ପିଡବ୍ଲୁଡ଼ି ଛକ ଠାରେ କରାଯାଇଥିଲା । ପ୍ରଥମେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରଥିଲେ ଏହାପରେ ବନବାସୀ ସେବା ସମିତିରେ କୁନି କୁନି ଛାତ୍ର ଛାତ୍ରୀଙ୍କୁ ବିସ୍କୁଟ ଚକଲେଟ ଦେବାସହ ନୁଆସାହି ଠାରେ ଥିବା ଜରା ନିବାସରେ ରହୁଥିବା ଅନ୍ଧ, ମୁକ ବଧିର ଓ ବୃଦ୍ଧା ବୃଦ୍ଧିଙ୍କୁ ମଧ୍ୟ ବିସ୍କୁଟ ଦିଆଯାଇଥିବା ସହ ବୃକ୍ଷ ରୋପଣ ମଧ୍ୟ କରିଥିଲେ । ଏହା ପ୍ରଥମ ଥର ହୋଇଥିବାରୁ ବାଲିଗୁଡା ନଗର ବାସୀ ବହୁତ ଖୁସି ଅନୁଭବ କରିବାର ଦେଖିବାକୁ ମିଳିଥିଲା । ଏହା ଆଗକୁ ପ୍ରତି ବ୍ଲକରେ ପାଳନ କରିବା ପାଇଁ ପ୍ରୟାସ କରିବୁ ଏନେଇ ଆସିଥିବା ସମସ୍ତ ଫୋଟ ଗ୍ରାଫରମାନେ କହିଥିବା ସହ ପ୍ରତିବର୍ଷ ଅଗଷ୍ଟ ୧୯ତାରିଖରେ ଏହା ପାଳନ କରାଯିବ ।



