Home ଆଞ୍ଚଳିକ ପୁରୀ-ହାଟିଆ ତପସ୍ୱିନୀ ଏକ୍ସପ୍ରେସକୁ LHB କୋଚ୍‌ରେ ପରିଣତ କରିବାକୁ ଧର୍ମେନ୍ଦ୍ରଙ୍କ ଅନୁରୋଧ

ପୁରୀ-ହାଟିଆ ତପସ୍ୱିନୀ ଏକ୍ସପ୍ରେସକୁ LHB କୋଚ୍‌ରେ ପରିଣତ କରିବାକୁ ଧର୍ମେନ୍ଦ୍ରଙ୍କ ଅନୁରୋଧ

14

୦୬/୧୦/୨୧ (ଜିଲ୍ଲା ଖବର) :  କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି । ରାଜଧାନୀ ଏକ୍ସପ୍ରେସ ଭଳି ପୁରୀ-ହାଟିଆ ତପସ୍ୱିନୀ ଏକ୍ସପ୍ରେସକୁ LHB କୋଚ୍‌ରେ ପରିଣତ କରିବାକୁ ଅନୁରୋଧ କରିଛନ୍ତି । ଯାତ୍ରୀଙ୍କ ସୁରକ୍ଷା, ସୁବିଧା ଓ କଲ୍ୟାଣକୁ ଗୁରୁତ୍ୱ ଦେଇ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ଭୁବନେଶ୍ୱରରୁ ରେଢ଼ାଖୋଲ ଯାତ୍ରା କରିବା ବେଳେ ଏହା ଯାତ୍ରୀଙ୍କ ଦୀର୍ଘ ଦିନର ଦାବି ରହିଛି ।  ନିକଟରେ ଏହିଭଳି ଅତ୍ୟାଧୁନିକ ସୁବିଧା ସହ ଭୁବନେଶ୍ୱର-ଜଗଦଲପୁର ସ୍ୱତନ୍ତ୍ର ହୀରାଖଣ୍ଡ ଏକ୍ସପ୍ରେସର ଶୁଭାରମ୍ଭ କରାଯାଇଛି । ଯେଉଁଥିରେ ଅଧିକ ଯାତ୍ରୀ ବସିବା କ୍ଷମତା ଏବଂ କମ୍ ଶବ୍ଦ ସହ ଉଚ୍ଚ କ୍ଷମତା ସମ୍ପନ୍ନ କୁଲିଂ ସୁବିଧା ଭଳି ଆନୁସଙ୍ଗିକ ଅତ୍ୟାଧୁନିକ ବ୍ୟବସ୍ଥା ଯାତ୍ରୀ ପାଇପାରିବେ ।

କେନ୍ଦ୍ରମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ନିକଟରେ ଓଡ଼ିଶା ଗସ୍ତରେ ସେ ଭୁବନେଶ୍ୱରରୁ ରେଢ଼ାଖୋଲ ପର୍ଯ୍ୟନ୍ତ ପୁରୀ-ହାଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସରେ ଯାତ୍ରା କରିଥିଲେ । ଏହି ସମୟରେ ଅନେକ ସହଯାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏହି ଆଲୋଚନା ସମୟରେ ଟ୍ରେନରେ ଏଲ୍‌ଏଚ୍‌ବି କୋଚ ଆରମ୍ଭ କରିବା ପାଇଁ ସାଧାରଣ ଜନତା କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।

ଗାନ୍ଧୀ ଜୟନ୍ତୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ରେନ୍ ଯୋଗେ ସମ୍ବଲପୁର ରେଢାଖୋଲ ଗସ୍ତ କରି ସେଠାରେ ସେ ସନ୍ଥକବି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ ଏବଂ ପରେ ଅନୁଗୁଳ ବାମୁର ଗସ୍ତ କରି ‘ଗାନ୍ଧୀ ପଦଯାତ୍ରା’ରେ ସାମିଲ ହୋଇଥିଲେ । ଉନ୍ନବିଂଶ ଶତାବ୍ଦୀରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ରଚିତ ଲୋକପ୍ରିୟ ମହାକାବ୍ୟ ତପସ୍ୱିନୀ ନାଁରେ ଏହି ଟ୍ରେନକୁ ନାମିତ କରାଯାଇଥିଲା ।