
ମୁମ୍ବାଇ, ୦୬/୧୦/୨୧ (ଜିଲ୍ଲା ଖବର) : ରେଭ୍ ପାର୍ଟିରେ ଚାଲିଥିବା ଡ୍ରଗ୍ସ ମାମଲାରେ ଗିରଫ ହୋଇଛନ୍ତି ବଲିଉଡ ଅଭିନେତା ଶାହରୁଖ୍ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନ୍ । ଏବେ ସେ ଏନସିବି କଷ୍ଟଡିରେ ଅଛନ୍ତି । ଆସନ୍ତା ୭ ତାରିଖ ଯାଏଁ ସେ ଏନସିବି କଷ୍ଟଡିରେ ରହିବେ । ଆର୍ଯ୍ୟନ୍ ଖାନଙ୍କ ସମେତ ମୋଟ ୧୧ ଜଣଙ୍କୁ ଗିରଫ କରାଯାଇଛି । ଏ ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବା ପାଇ ତାଙ୍କୁ ପଚରାଉଚୁରା କରାଯାଉଛି ।
ତେବେ ଏନସିବି ଲକ୍ଅପ୍ରେ ଥିବା ଏହି ହାଇ ପ୍ରୋଫାଇଲ୍ ଷ୍ଟାର କିଡଙ୍କ ଘରୁ ଖାଦ୍ୟ ମଗାଇବାକୁ ଅନୁମତି ମିଳିନାହିଁ । ଯେଉଁଥିପାଇଁ ଅନ୍ୟମାନଙ୍କ ପରି, ଆର୍ଯ୍ୟନଙ୍କୁ ମଧ୍ୟ ଏନସିବି କାର୍ଯ୍ୟାଳୟ ନିକଟରେ ଥିବା ନ୍ୟାସନାଲ ହିନ୍ଦୁ ରେଷ୍ଟୁରାଣ୍ଟରୁ ଖାଦ୍ୟ ମିଳୁଛି । ଦିନକୁ ୨ ଥର ଏହି ରେଷ୍ଟୁରାଣ୍ଟରୁ ଖାଦ୍ୟ ମଗାଯାଇ ସମସ୍ତଙ୍କୁ ଦିଆଯାଉଛି। ସମସ୍ତେ ଏକାସଙ୍ଗେ ବସି ଖାଉଥିବା ଜଣାପଡିଛି ।
ଅନ୍ୟପଟେ ଗିରଫ ହେବା ପରେ, ଏନସିବି ଲକଅପରେ ବୋର ହୋଇ ଯାଉଛନ୍ତି ଆର୍ଯ୍ୟନ ଖାନ୍ । ଏମିତିକି ଟାଇମ ପାସ କରିବା ପାଇଁ ତାଙ୍କ ପାଖରେ ଫୋନ ମଧ୍ୟ ନାହିଁ । ଏନସିବି ତାଙ୍କ ଫୋନ ଜବଦ କରିଛି । ଯେଉଁଥିପାଇଁ ସେ ସାଇନ୍ସ ବହି ମଗାଉଛନ୍ତି । ଏନସିବି ଅଧିକାରୀ ତାଙ୍କୁ ତାଙ୍କ ଡିମାଣ୍ଡ ଅନୁଯାୟୀ ବହି ଯୋଗାଇ ଦେଉଛନ୍ତି ।



