Wednesday, November 11, 2026
Home ଆଞ୍ଚଳିକ ଝାଳବୁହା ପରିଶ୍ରମ କରୁଛନ୍ତି ରଣବୀର୍

ଝାଳବୁହା ପରିଶ୍ରମ କରୁଛନ୍ତି ରଣବୀର୍

15

ନୂଆଦିଲ୍ଲୀ, ୦୬/୧୦/୨୧ (ଜିଲ୍ଲା ଖବର)  : ନିଜର ଦମଦାର ଅଭିନୟ ଓ ଷ୍ଟାଇଲିଷ୍ଟ ଲୁକକୁ ନେଇ ବେଶ ପରିଚିତ ବଲିଉଡ ଅଭିନେତା ରଣବୀର ସିଂହ । ସୋସିଆଲ ମିଡିଆରେ କିଛି ନା କିଛି କାରଣକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତାଙ୍କର ଫଟୋ ହେଉ ବା ଭିଡିଓ, ଆସିବା ମାତ୍ରେ ସୋସିଆଲ ମିଡିଆରେ ଛାଇ ଯାଏ ।

ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ହୃଦୟ ଜିତିବା ପାଇଁ ସେ  ବହୁତ୍ ପରିଶ୍ରମ କରନ୍ତି । ସେ ତାଙ୍କର ସବୁ ଫିଲ୍ମରେ ଭିନ୍ନ ଭିନ୍ନ ଲୁକରେ ନଜର ଆସନ୍ତି ।ନିକଟରେ ରଣବୀର ସିଂହ ଜିମରେ ଝାଳବୁହା ପରିଶ୍ରମ କରୁଥିବା ନଜର ଆସିଛି ।  ସୋସିଆଲ ମିଡିଆରେ ନୂଆ ରୂପରେ ତାଙ୍କର ଫଟୋ ଭାଇରାଲ ହେଉଛି । ଏଥିରେ ସେ ଏକଦମ୍ ଜବରଦସ୍ତ ଲାଗୁଛନ୍ତି । ତାଙ୍କର ଏହି ଲୁକକୁ ଦେଖି ଫ୍ୟାନ୍ସ ବେଶ ପସନ୍ଦ କରିବା ସହିତ, ନିଜ ନିଜର ରିଆକ୍ସନ ଦେବାରେ ଲାଗିଛନ୍ତି । କେବଳ ଫ୍ୟାନ୍ସ ନୁହଁନ୍ତି ଅନେକ କଳାକାର ମଧ୍ୟ ତାଙ୍କର ଏହି ଲୁକକୁ ପସନ୍ଦ କରୁଛନ୍ତି ।

ତେବେ ରଣବୀର ଇନଷ୍ଟାଗ୍ରାମରେ ସେୟାର କରିଥିବା ଏହି ଫଟୋରେ, ଜିମରେ ବ୍ୟାୟାମ କରୁଥିବା ନଜର ଆସୁଛନ୍ତି । ଏଥିରେ ତାଙ୍କର ବଡି ସେପ୍ ଦେଖା ଯାଉଛି । ଏବଂ ତାଙ୍କର ଷ୍ଟାଇଲିଷ୍ଟ ହେୟାର ଷ୍ଟାଇଲ ତାଙ୍କ ଫଟୋକୁ ଆହୁରି ଆକର୍ଷଣୀୟ କରୁଛି ।

ରଣବୀରଙ୍କ କାମ ବିଷୟରେ କହିବାକୁ ଗଲେ, ଏବେ ତାଙ୍କ ପାଖରେ ଅନେକ ଗୁଡିଏ ଫିଲ୍ମ ରହିଛି । ତାଙ୍କର ଅପକମିଙ୍ଗ ଫିଲ୍ମ’୮୩’ ଖୁବ୍ ଶୀଘ୍ର ରିଲିଜ୍ ହେବୋକୁ ଯାଉଛି । ଏଥିରେ ସେ କପିଲ ଦେବଙ୍କ ଭୂମିକାରେ ନଜର ଆସିବେ ।