
୦୬/୧୦/୨୧ (ଜିଲ୍ଲା ଖବର) : ବାହାଘର, ବ୍ରତଘର ଓ ଶୁଦ୍ଧିକ୍ରିୟା ପାଇଁ ଜାରି ହୋଇଥିବା ଗାଇଡଲାଇନରେ ପରିବର୍ତ୍ତନ କରିଛି ବିଏମସି । ନୂଆ ଗାଇଡଲାଇନ୍ ଅନୁସାରେ ଏହି ସବୁ କାର୍ଯ୍ୟକ୍ରମରେ ଯେକୌଣସି ସମୟରେ ୫୦ ଜଣ ଲୋକ ଯୋଗ ଦେଇପାରିବେ । ତା ସହିତ ଏହି ଗାଇଡଲାଇନ୍ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ବିଏମସି ପକ୍ଷରୁ ନୂଆକରି ଜାରି ହୋଇଥିବା ଗାଇଡଲାଇନରେ କୁହାଯାଇଛି।
ସେହିପରି ମହାଳୟା ଶ୍ରାଦ୍ଧ ଅବସରରେ ବିନ୍ଦୁ ସାଗରରେ ଲାଗିଲା କଟକଣା। ଏନେଇ ବିଏମସି ପକ୍ଷରୁ ସ୍ୱତନ୍ତ୍ର ଗାଇଡ଼ଲାଇନ ଜାରି କରାଯାଇଛି। ଭିଡ ବଢିଲେ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା ରହିଥିବାରୁ ବିନ୍ଦୁ ସାଗରରେ ଶ୍ରାଦ୍ଧ କାର୍ଯ୍ୟ, ବ୍ରାହ୍ମଣ ଭୋଜନ ଇତ୍ୟାଦି ଉପରେ ବାରଣ ଲଗାଯାଇଛି।


