Thursday, November 12, 2026
Home ଆଞ୍ଚଳିକ ମଧ୍ୟପ୍ରଦେଶର ସ୍ୱାମୀତ୍ୱ ଯୋଜନା ହିତାଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ମଧ୍ୟପ୍ରଦେଶର ସ୍ୱାମୀତ୍ୱ ଯୋଜନା ହିତାଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

16

୦୬/୧୦/୨୧ (ଜିଲ୍ଲା ଖବର) :  ଆଜି ମଧ୍ୟାହ୍ନ ୧୨.୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶର ସ୍ୱାମୀତ୍ୱ ଯୋଜନା ହିତାଧିକାରୀଙ୍କ ସହ ଆଲୋଚନା କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ୧,୭୧,୦୦୦ ହିତାଧିକାରୀଙ୍କୁ ଇ-ପ୍ରପର୍ଟି କାର୍ଡ ବଣ୍ଟନ କରିବେ । କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ ।

ସ୍ୱାମୀତ୍ୱ ଯୋଜନା ପଞ୍ଚାୟତିରାଜ ମନ୍ତ୍ରାଳୟର ଏକ କେନ୍ଦ୍ର କ୍ଷେତ୍ରୀୟ ଯୋଜନା । ଗ୍ରାମୀଣ ଆବାସିକ ଅଞ୍ଚଳ ନିବାସୀଙ୍କୁ ସମ୍ପତ୍ତି ଅଧିକାର ପ୍ରଦାନ କରିବା ଏହାର ଲକ୍ଷ୍ୟ । ସହରାଞ୍ଚଳ ଭଳି ଗ୍ରାମାଞ୍ଚଳରେ ଋଣ ଓ ଅନ୍ୟାନ୍ୟ ଆର୍ଥିକ ସୁବିଧା ନେବାବେଳେ ସମ୍ପତ୍ତିକୁ ଆର୍ଥିକ ସମ୍ପତ୍ତି ଭାବରେ ବ୍ୟବହାର କରିବାରେ ଏହି ଯୋଜନା ମାର୍ଗ ପ୍ରଶସ୍ତ କରିବ ।