Sunday, November 15, 2026
Home ଆଞ୍ଚଳିକ ଆଜି ପବିତ୍ର ମହାଳୟା

ଆଜି ପବିତ୍ର ମହାଳୟା

39

ପୁରୀ, ୦୬/୧୦/୨୧ (ଜିଲ୍ଲା ଖବର) :  ଆଜି ପବିତ୍ର ମହାଳୟା । ଗତ 15 ଦିନ ଧରି ପିତୃପକ୍ଷ ଚାଲିଥିବା ବେଳେ ଆଜି ହେଉଛି ଏହି ପକ୍ଷର ଅନ୍ତିମଦିନ । ଏହି ଦିନରେ ଯେଉଁ ଶ୍ରାଦ୍ଧ ବା ପିଣ୍ଡଦାନ କରାଯାଏ ସେଥିରେ ପିତୃପୁରୁଷଙ୍କ ପୂର୍ଣ୍ଣ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ପିତୃ ପୁରୁଷମାନଙ୍କ ମୃତ୍ୟୁ ତିଥି ଅନୁସାରେ ଏହି 15 ଦିନ ମଧ୍ୟରେ ଶ୍ରାଦ୍ଧ ଦେବାର ପରମ୍ପରା ରହିଛି । ପ୍ରତିବର୍ଷ ପୁରୀ ଶ୍ରୀମନ୍ଦିରରେ ମଧ୍ୟ ଏହି ପରମ୍ପରା ଦେଖିବାକୁ ମିଳେ । ତେବେ କୋରୋନା ଯୋଗୁଁ ଗତବର୍ଷ ଶ୍ରୀମନ୍ଦିରରେ ମହାଳୟା ଶ୍ରାଦ୍ଧ ଉପରେ ବାରଣ ଲଗାଯାଇଥିବାବେଳେ ଚଳିତ ବର୍ଷ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି ।

ମହାଳୟା ଅମାବାସ୍ୟାରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ । ଭକ୍ତଙ୍କ ଅତ୍ୟଧିକ ଗହଳି ହେବା ସମ୍ଭାବନାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏଭଳି ନିଷ୍ପତି ନେଇଥିବା ଜଣାପଡିଛି ।