
ସମ୍ବଲପୁର,୦୬/୧୦/୨୧ (ଜିଲ୍ଲା ଖବର) : ଆଜି ମହାଳୟା ଅବସରରେ ପଶ୍ଚିମ ଓଡ଼ିଶାର ଅଧିଷ୍ଟ୍ରାତୀ ଦେବୀ ମା ସମଲେଶ୍ୱରୀ ଭକ୍ତଙ୍କୁ ଧବଳମୁଖୀ ବେଶରେ ଦର୍ଶନ ଦେବେ । ଚଳିତ ବର୍ଷ କୋଭିଡ କଟକଣା ମାନି ଭକ୍ତ ମାଁ ଙ୍କ ଧବଳ ମୁଖି ବେଶ ଦର୍ଶନ କରିବେ । ଏଥିପାଇ ସକାଳ ୬ ଟାରୁ ସଂଦ୍ଧ୍ୟା ୭ ଟା ୩୦ ପର୍ଯ୍ୟନ୍ତ ଦର୍ଶନ କରିବେ ।
ତେବେ ଭକ୍ତ ମାନେ ଦୀପ ଘରକୁ ପ୍ରବେଶ ପାଇଁ ବାରଣ କରାଯାଇଛି । ବର୍ଷ ତମାମ ମା ସିନ୍ଦୁର ବର୍ଣରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି କିନ୍ତୁ ମହାଳୟା ଦିନ ହିଁ ଶ୍ୱେତବର୍ଣ୍ଣରେ ଭକ୍ତଙ୍କୁ ମା ଦର୍ଶନ ଦେଇଥାନ୍ତି । ମାଙ୍କର ଏହି ବେଶକୁ ଦର୍ଶନ କଲେ ଗଙ୍ଗା ଦର୍ଶନର ଲାଭ ମିଳିଥାଏ ।
ଗତ 15 ଦିନ ଧରି ପିତୃପକ୍ଷ ଚାଲିଥିବା ବେଳେ ଆଜି ହେଉଛି ଏହି ପକ୍ଷର ଅନ୍ତିମଦିନ । ଏହି ଦିନରେ ଯେଉଁ ଶ୍ରାଦ୍ଧ ବା ପିଣ୍ଡଦାନ କରାଯାଏ ସେଥିରେ ପିତୃପୁରୁଷଙ୍କ ପୂର୍ଣ୍ଣ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ପିତୃ ପୁରୁଷମାନଙ୍କ ମୃତ୍ୟୁ ତିଥି ଅନୁସାରେ ଏହି 15 ଦିନ ମଧ୍ୟରେ ଶ୍ରାଦ୍ଧ ଦେବାର ପରମ୍ପରା ରହିଛି ।



