Wednesday, November 11, 2026
Home ଆଞ୍ଚଳିକ ରାମାୟଣରେ ରାବଣ ଭୂମିକାରେ ଅଭିନୟ କରିଥିବା ଅରବିନ୍ଦ ତ୍ରିବେଦୀଙ୍କ ପରଲୋକ

ରାମାୟଣରେ ରାବଣ ଭୂମିକାରେ ଅଭିନୟ କରିଥିବା ଅରବିନ୍ଦ ତ୍ରିବେଦୀଙ୍କ ପରଲୋକ

10

୦୬/୧୦/୨୧ (ଜିଲ୍ଲା ଖବର) :  ପରଲୋକରେ ରାମାୟଣରେ ଅଭିନୟ କରିଥିବା ରାବଣ । 1987ରେ ଦୂରଦର୍ଶନରେ ପ୍ରସାରିତ ହେଉଥିବା ରାମାନନ୍ଦ ସାଗରଙ୍କ  ଧାରାବାହିକ ରାମାୟଣରେ ରାବଣ ଭୂମିକାରେ ଅଭିନୟ କରିଥିଲେ ଅରବିନ୍ଦ ତ୍ରିବେଦୀ । ମଙ୍ଗଳବାର ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି ।

ମୃତ୍ୟୁବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା । ତେବେ ଦୀର୍ଘ ଦିନରୁ ସେ ରୋଗରେ ପୀଡ଼ିତ ଥିଲେ । ଅରବିନ୍ଦ ତ୍ରିବେଦୀ ଜଣେ ଖୁବ୍ ଭଲ କଳାକାର ଥିଲେ । ତାଙ୍କ କଳା ପ୍ରତିଭା ଦ୍ଵାରା ସେ ସମସ୍ତଙ୍କୁ ଆକୃଷ୍ଟ କରି ପାରିଥିଲେ ।

ଖାଲି ରାମାୟଣ ନୁହେଁ ସେ ବିକ୍ରମ ବେତାଳ ଫିଲ୍ମରେ ନିଜ ଅଭିନୟର ଜାଦୁ ଦେଖାଇଥିଲେ । ସେ ହିନ୍ଦୀ ଏବଂ ଗୁଜୁରାଟୀ ସମେତ 300 ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଯେଉଁଥିରେ ସାମାଜିକ ଏବଂ ପୌରାଣିକ ଧାରା ଅନ୍ତର୍ଭୁକ୍ତ । ତାଙ୍କ ବିୟୋଗରେ ସହକର୍ମୀ ଠାରୁ ଆରମ୍ଭ କରି ପ୍ରଶଂସକମାନେ ଦୁଃଖ ପ୍ରକାଶ କରିଛନ୍ତି ।