Home ଅପରାଧ ପୁଣି ଅଶାନ୍ତ କାଶ୍ମୀର ଉପତ୍ୟକା, ଆତଙ୍କବାଦୀଙ୍କ ଆକ୍ରମଣରେ 3 ମୃତ

ପୁଣି ଅଶାନ୍ତ କାଶ୍ମୀର ଉପତ୍ୟକା, ଆତଙ୍କବାଦୀଙ୍କ ଆକ୍ରମଣରେ 3 ମୃତ

10

୦୬/୧୦/୨୧ (ଜିଲ୍ଲା ଖବର) :  କିଛି ଦିନର ନୀରବତା ପରେ ପୁଣିଥରେ ଅଶାନ୍ତ ହୋଇଛି କାଶ୍ମୀର ଉପତ୍ୟକା । ମଙ୍ଗଳବାର ଆତଙ୍କୀ ଆକ୍ରମଣରେ କାଶ୍ମୀର ଶ୍ରୀନଗରର 3 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏମାନଙ୍କ ମଧ୍ୟରେ ଜଣେ ଔଷଧ ବ୍ୟବସାୟୀ, ଜଣେ ଷ୍ଟ୍ରିଟ୍ ହକର ଏବଂ ଜଣେ ସାଧାରଣ ନାଗରିକ ଥିବା ଜଣାପଡିଛି ।

3 ଜଣଙ୍କୁ ଆକ୍ରମଣ କରିବା ପରେ ଆତଙ୍କୀମାନେ ଫେରାର ହୋଇଯାଇଥିବା ବେଳେ ସୁରକ୍ଷାବଳ ପୁରା ଅଞ୍ଚଳକୁ ସିଲ୍ କରି ଆତଙ୍କବାଦୀଙ୍କୁ ଧରିବା ପାଇଁ ତଲାସି ଚଳାଇଛନ୍ତି । ମଙ୍ଗଳାବାର ଆତଙ୍କୀମାନେ ଏଭଳି ଘଟଣା ଘଟାଇଛନ୍ତି ।

ପ୍ରଥମ ଆକ୍ରମଣ ଜଣାଶୁଣା ଫାର୍ମାସୀ ବ୍ୟବସାୟୀଙ୍କ ଉପରେ ହୋଇଥିଲା । ପରେ ଶ୍ରୀନଗରର ମଦିନ ସାହିବରେ ଷ୍ଟ୍ରିଟ୍ ହକରଙ୍କ ଉପରେ ଆତଙ୍କୀମାନେ ଗୁଳି ମାଡ କରିଥିବା ବେଳେ ବାନ୍ଦିପୁରା ଜିଲ୍ଲାରେ ଜଣେ ସାଧାରଣ ନାଗରିକଙ୍କୁ ଗୁଳି କରି ହତ୍ୟା କରିଥିଲେ ।