Thursday, November 12, 2026
Home ଆଞ୍ଚଳିକ ମହାକାଶରେ ପ୍ରସ୍ତୁତ ହେବ ପ୍ରଥମ ଫିଲ୍ମ

ମହାକାଶରେ ପ୍ରସ୍ତୁତ ହେବ ପ୍ରଥମ ଫିଲ୍ମ

13

ମୁମ୍ବାଇ,୦୬/୧୦/୨୧ (ଜିଲ୍ଲା ଖବର) : ମହାକାଶରେ ପ୍ରଥମ ଥର ପଇଁ ଫିଚର୍ ଫିଲ୍ମ ସୁଟିଂ ହେବ । ମହାକାଶରେ ପ୍ରଥମ ଥର ପାଇଁ , ଏହି ଫିଲ୍ମ ସୁଟିଂ ପ୍ରୟାସ କରିବାକୁ ଯାଉଛନ୍ତି ରୁଷ୍‌ ଚଳଚ୍ଚିତ୍ର ନିର୍ମାତା । ଏନେଇ ମଙ୍ଗଳବାର ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ ପାଇଁ ଧାର୍ଯ୍ୟ ହୋଇଥିବା ତିନି ଜଣିଆ କ୍ରୁ ସଦସ୍ୟଙ୍କ ମଧ୍ୟରେ ଜଣେ ଅଭିନେତା ଏବଂ ନିର୍ଦ୍ଦେଶକ ଅଛନ୍ତି ।  ଯିଏକି ମହାକାଶରେ ପ୍ରଥମ ଫିଚର ଫିଲ୍ମର ସୁଟିଂ କରିବେ।

ଏଥିରେ ରୁଷୀୟ ଅଭିନେତା ୟୁଲିଆ ପେରେସିଲ୍ଡ ଏହି ପ୍ରଥମ ଫିଚର ଫିଲ୍ମରେ ଅଭିନୟ କରିବାକୁ ମନୋନୀତ ହୋଇଥିବା ବେଳେ, ଏହାର ନିର୍ଦ୍ଦେଶନା ଦେବେ କ୍ଲିମ୍ ଶିପେଙ୍କୋ ଭେଟେରାନ୍ ମହାକାଶଚାରୀ ଆଣ୍ଟୋନ୍ ସୋୟୁଜ୍ ରକେଟ୍ ଉତକ୍ଷେପଣର ନିର୍ଦ୍ଦେଶନା ଦେବେ ବୋଲି ସୂଚନା ମିଳିଛି। ଏବଂ ଏଥିପାଇଁ ସେମାନେ ମହାକାଶକୁ Soyuz MS-19 spaceship ରେ ୧୨ ଦିନିଆ ଯାତ୍ରା କରିବେ।