Wednesday, November 18, 2026
Home ଆଞ୍ଚଳିକ ଅକ୍ଟୋବରରେ ଓଡିଶାକୁ ଆସିପାରେ ଆଉ ଏକ ବାତ୍ୟା, ୧୪ରେ ଲଘୁଚାପ ସୃଷ୍ଟି…

ଅକ୍ଟୋବରରେ ଓଡିଶାକୁ ଆସିପାରେ ଆଉ ଏକ ବାତ୍ୟା, ୧୪ରେ ଲଘୁଚାପ ସୃଷ୍ଟି…

6

୦୬/୧୦/୨୧ (ଜିଲ୍ଲା ଖବର) : ସେପ୍ଟେମ୍ବରରେ ଗୁଲାବ ପରେ ଅକ୍ଟୋବର ମାସରେ ପୁଣିଥରେ ଓଡିଶାକୁ ଆସିପାରେ ଆଉ ଏକ ସାମୁଦ୍ରିକ ବାତ୍ୟା। ଏକ ବେସରକାରୀ ପାଣିପାଗ ସଂସ୍ଥା ଏନେଇ ଆକଳନ କରିଛି । ଅକ୍ଟୋବର ୧୪ରେ ବଙ୍ଗୋପ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଥିବା ବେଳେ ୧୭ତାରିଖରେ ଏହା ଓଡିଶା ଉପକୂଳ ଦେଇ ଅତିକ୍ରମ କରିବ ବୋଲି ଏହି ବେସରକାରୀ ବେସରକାରୀ ପାଣିପାଗ ସଂସ୍ଥା ନିଜ ରିର୍ପୋଟରେ ଦର୍ଶାଇଛି।

ତେବେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ। ତେବେ କେଉଁ ଅଞ୍ଚଳରେ ଏହାର ଅଧିକ ପ୍ରଭାବ ପଡ଼ିବ, ସେନେଇ କୌଣସି ସୂଚନା ମିଳିନାହିଁ। ଅନ୍ୟପଟେ ଗୋଟିଏ ପରେ ଗୋଟିଏ ବାତ୍ୟା ଆସୁଥିବାରୁ ଏନେଇ ସରକାର ସତର୍କ ରହିବା ଆବଶ୍ୟକ ହୋଇପଡୁଛି।