
ଫୁଲବାଣୀ, ୦୬/୧୦(ଜିଲ୍ଲା ଖବର):ଆଜି ଫୁଲବାଣୀର ଗୁଦାରି ଠାରେ ବୁଲାଣିଆ ରାସ୍ତାରେ ଭାରସାମ୍ଯ ହରାଇ ବାଇକ୍ ଦୁର୍ଘଟଣା | ବାଇକ ରେ ଥିବା 3 ଜଣ ନାବାଳକ ମଧ୍ୟରୁ ଜଣେ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅବସ୍ତାରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛି | ଯାହା ସୂଚନା ରହିଛି ଆଜି ସକାଳୁ ଫୁଲବାଣୀ ଠାରୁ 3 ଜଣ ଗୋଟିଏ ବାଇକ ରେ ଖଜୁରୀପଡ଼ା ଯାଉଥିବା ବେଳେ ଗୁଦାରୀର ମଲ୍ଲିକ ସାହି ନିକଟରେ ବାଇକ ଭାରସାମ୍ଯ ହରାଇ ଦୁର୍ଘଟଣା ଘୋଟିଥିଲା | ଯାହା ଫଳରେ ବାଇକ ରେ ଥିବା 3 ଜଣ ନାବାଳକ ମଧ୍ୟରୁ ଘଟଣା ସ୍ଥଳରେ ଜଣେ ମୃତୁ ହୋଇଥିଲା | ଏହି ଘଟଣା ଜାଣିବା ପରେ ଗ୍ରାମବାସୀ ଘଟଣା ସ୍ଥଳକୁ ଦୁଇ ଜଣ ଆହତ ହୋଇଥିବା ନାବାଳକ କୁ ଉଦ୍ଧାର କରିଥିଲେ | ଏବ୍ଂ ପୋଲିସ କୁ ଖବର୍ ଦେବା ସହ 108 ଆମ୍ବୁଲାନ୍ସ କୁ ଜଣାଇଥିଲେ | ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା | ତିନିଜଣଙ୍କ ମଧ୍ୟରୁ ଜଣେ ମୃତ ହୋଇଥିବା ବେଳେ ଜଣେ ଗୁରୁତର ଏବଂ ଆଉ ଜଣେ ସାମାନ୍ୟ ଆହତ ହୋଇଛନ୍ତି | ମୃତ ଜଣକ ହେଲେ ଅମ୍ବାଲାପଡା ର ଡି ଆଦର୍ଶ କୁମାର |
ଫୁଲବାଣୀ ରୁ ଗୌର ପ୍ରସାଦ ଙ୍କ ସହ ପ୍ରତାପ ଦିଗାଲ ଙ୍କ ରିପୋର୍ଟ୍ ଜିଲ୍ଲା ଖବର





