Sunday, November 15, 2026
Home ଆଞ୍ଚଳିକ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଗୁଣୁପୁର ରାୟଗଡା ଜିଲ୍ଲା ସ୍ୱାଭିମାନ ମଞ୍ଚ ର ନିମନ୍ତ୍ରଣ...

ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଗୁଣୁପୁର ରାୟଗଡା ଜିଲ୍ଲା ସ୍ୱାଭିମାନ ମଞ୍ଚ ର ନିମନ୍ତ୍ରଣ କୁ ରକ୍ଷା କରି ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଥିଲେ

37

ରାୟଗଡ଼ା, ୦୬/୧୦(ଜିଲ୍ଲା ଖବର):ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଗୁଣୁପୁର ରାୟଗଡା ଜିଲ୍ଲା ସ୍ୱାଭିମାନ ମଞ୍ଚ ର ନିମନ୍ତ୍ରଣ କୁ ରକ୍ଷା କରି ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଥିଲେ ।
ଗତ ଦୁଇ ଦିନ ଧରି ଭାରତୀୟ ଜନତା ପାର୍ଟି ର ରାଷ୍ଟ୍ରୀୟ ପ୍ରଵକ୍ତା ତଥା ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଗୁଣୁପୁର ରାୟଗଡା ଜିଲ୍ଲା ସ୍ୱାଭିମାନ ମଞ୍ଚ ର ନିମନ୍ତ୍ରଣ କୁ ରକ୍ଷା କରି ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଥିଲେ ଗତ କାଲି ରାୟଗଡା ଜିଲ୍ଲା ସ୍ୱାଭିମାନ ମଞ୍ଚ ଦ୍ୱାରା ଆୟୋଜିତ ବୁଦ୍ଧିଜୀବୀ ସମ୍ମିଳନୀ ରେ ଅତିଥି ଭାବେ ଅପରାଜିତା ଷଡ଼ଙ୍ଗୀ ଯୋଗ ଦେଇ ଥିବା ବେଳେ ବରିଷ୍ଠ ସାମ୍ବାଦିକ ଲୋକନାଥ ପାଣିଗ୍ରାହୀ , ବରିଷ୍ଟ ନାଗରିକ ସୋମନାଥ ଗୌଡ଼ ପ୍ରମୁଖ ଯୋଗ ଦେଇ ଥିବା ବେଳେ ମଞ୍ଚ ର ଆବାହକ ପ୍ରମୋଦ କୁମାର ସାହୁ ମଞ୍ଚ ପରିଚାଳନା ସହ ଏହି ଅଞ୍ଚଳ ର ପ୍ରମୁଖ ପାଞ୍ଚୋଟି ସମସ୍ୟା ଉପରେ ଆଲୋକପାତ କରିଥିଲେ ଅନ୍ୟ ପଟେ ଆଜି ଚା ପେ ଚର୍ଚ୍ଚା , ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର , ଜଗନ୍ନାଥ ମନ୍ଦିର ଦର୍ଶନ ସହ ବାଳିକା ଉଚ୍ଚ ବିଦ୍ୟାଳୟ ଠାରୁ ନୂଆ ବସଷ୍ଟାଣ୍ଡ ଯାଏଁ ପଦଯାତ୍ରା କରି ସାଧାରଣ ସଭା ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ ଏହି କାର୍ଯ୍ୟକ୍ରମ ରେ ମନୋରଞ୍ଜନ ରଥ, ପ୍ରେମ ପଣ୍ଡା , ରବି ଗମାଙ୍ଗ ପ୍ରମୁଖ ଯୋଗ ଦେଇ ଥିବା ବେଳେ ମଞ୍ଚ ର ଆବାହକ ପ୍ରମୋଦ କୁମାର ସାହୁ ସଭା କାର୍ଯ୍ୟ ପରିଚାଳନା କରି ଉପସ୍ଥିତ ବିଭିନ୍ନ ଅଞ୍ଚଳ ରୁ ଆସିଥିବା ଶତାଧିକ ଜନତା ଙ୍କୁ ମଞ୍ଚ ତରଫରୁ ଦିଆ ଯାଇଥିବା ପାଞ୍ଚୋଟି ଦାବି ଉପରେ ଗୁରୁତ୍ୱ ଦେବା ସହ ପରୋକ୍ଷରେ ରାଜ୍ୟ ସରକାର ଙ୍କୁ ନିକଟରେ ଦର୍ଶା ଯାଇଥିବା ଗରିବ ରାଜ୍ୟ ଏବଂ ମହିଳା ନିର୍ଯ୍ୟାତନା ରେ ତଳ ପଟୁ ଦୁଇ ନମ୍ବର ଥିବା କହି ଭ୍ରସନା କରି ଥିଲେ ଭାରତୀୟ ଜନତା ପାର୍ଟି କାମ ଉପରେ ବିଶ୍ୱାସ ବୋଲି କହିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଙ୍କ ନୀତି ଆଦର୍ଶ ରେ ପରିଚାଳିତ ବୋଲି ସୂଚନା ଦେଇ ଥିଲେ ଭାରତୀୟ ଜନତା ପାର୍ଟି ର ରାଷ୍ଟ୍ରୀୟ ପ୍ରଵକ୍ତା ତଥା ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କ ଏହି ଗସ୍ତ ଆଗାମୀ ଦିନ ରେ ପୌର ଏବଂ ପଞ୍ଚାୟତ ନିର୍ବାଚନ ରେ କଣ ପ୍ରଭାବ ପଡିବ ? ତାକୁ ନେଇ ସାଧାରଣ ରେ ଜୋର ସୋର ରେ ଚର୍ଚ୍ଚା ଧରିଛି କାରଣ ଅପରାଜିତା ଷଡ଼ଙ୍ଗୀ ଙ୍କ ଏହି ଗସ୍ତ ଙ୍କୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ରାଜ୍ୟ ବିଜେପି ଏ ଅଘୋଷିତ ନିଷ୍ପତି ଯୋଗୁଁ କୌଣସି ଦଳୀୟ ନେତା ଯୋଗ ନ ଦେବା ପାଇଁ Whip ଜାରି ଯୋଗୁଁ ଜିଲ୍ଲାର କୌଣସି ବିଜେପି କାର୍ଯ୍ୟକର୍ତ୍ତା ଯୋଗ ଦେଇ ନ ଥିବା ବେଳେ ବିଜେପି ବର୍ତ୍ତମାନ ଦୁଇ ଫାଳ ହୋଇଥିବା ଯୋଗୁଁ ଆଗାମୀ ପୌର ଏବଂ ପଞ୍ଚାୟତ ନିର୍ବାଚନ ରେ ରାୟଗଡା ଜିଲ୍ଲାରେ ବିଜେଡି ତିନୋଟି ପୌର ଏବଂ ସମସ୍ତ ଏଗାର ଟି ପଞ୍ଚାୟତ ରେ ନିଜ ସ୍ଥିତି ଜାହିର କରିବ ବୋଲି ଭବିଷ୍ୟତ ବାଣୀ କରିଛନ୍ତି ରାଜନୈତିକ ସମୀକ୍ଷକ ତେଣୁ ଅପରାଜିତା ଙ୍କ ଗସ୍ତ ଆଗାମୀ ଦୁଇ ନିର୍ବାଚନ ରାଜ୍ୟ ବିଜେପି ର ଗୋଷ୍ଟି କନ୍ଦଳ ଏବଂ ଅପରାଜିତା ଏବଂ ଧର୍ମେନ୍ଦ୍ର ଗୋଷ୍ଟି ଉପରେ କଣ ପ୍ରଭାବ ? ପକାଇବ ଦେଖିବାକୁ ବାକି ରହିଲା ।
ଗୁଣୁପୁର ରୁ ରାମନାଥ ମହାନ୍ତି ଙ୍କ ରିପୋର୍ଟ