
କନ୍ଧମାଳ,୦୬/୧୦(ଜିଲ୍ଲା ଖବର):କନ୍ଧମାଳ ଜିଲ୍ଲାର କ ନୂଆଗାଁ ବ୍ଲକ କୁଡୁତୁଲୀ ପଞ୍ଚାୟତ ଅଞ୍ଚଳରୁ 2 ଜଣ ବ୍ୟକ୍ତି ପାଖା ପାଖି 50 କେଜି ଗଞ୍ଜେଇ ଚାଲାଣ କରିବାକୁ ଉଦ୍ୟମ ସମୟରେ ରାତ୍ରୀ ପେଟ୍ରୋଲିଙ୍ଗ ବେଳେ ପୋଲିସ ହାତରେ ଧରାପଡିଥିଲେ ।ଗିରଫ ବ୍ୟକ୍ତି ଦୁଇ ଜଣ ସେହି ଅଞ୍ଚଳର ନନ୍ଦମହା ଗ୍ରାମର ଖଗେଶ୍ୱର କହଁର 50 ବର୍ଷ ଓ ଅନ୍ୟଜଣଙ୍କ ନାମ ବାସୁଦେବ କହଁର 40 ବର୍ଷ ବୋଲି ଜଣାପଡିଛି |ଏହି ଦୁଇ ଜଣ ବ୍ୟକ୍ତି ଗଞ୍ଜେଇ ଚାଲାଣକାରୀଙ୍କୁ ଅପେକ୍ଷା କରିଥିଲେ ।ଆଉ ରାତ୍ରିକାଳୀନ ପେଟ୍ରୋଲିଂଗ ସମୟରେ ପୋଲିସ ହାବୁଡ଼ରେ ପଡ଼ିଗଲେ ।ଥାନ ଅଧିକାରୀ ଗଞ୍ଜେଇ ସିଜ କରି ଅପରାଧୀଙ୍କୁ କେଶ ନମ୍ବର 68/21ରେ ଏକ ମାମଲା ରୁଜୁ କରି କୋର୍ଟ କୁ ପଠେଇଛନ୍ତି । ପୋଲିସର ବିଭାଗ ପ୍ରଚେଷ୍ଟାରେ ଦିନକୁ ଦିନ ଗଞ୍ଜେଇ ଚୋରା ଚାଲାଣ ରୋକିବାକୁ ପ୍ରୟାସ ଜାରି ରହିଥିବା ଦେଖିବାକୁ ମିଳିଛି ।
ରିପୋର୍ଟ : ସୁକାନ୍ତ କୁମାର ତ୍ରିପାଠୀ


