Friday, November 13, 2026
Home ଆଞ୍ଚଳିକ ନିର୍ମାଣ ଶ୍ରମିକମାନଙ୍କର ରାଜ୍ୟବ୍ୟାପି ଆନ୍ଦୋଳନ

ନିର୍ମାଣ ଶ୍ରମିକମାନଙ୍କର ରାଜ୍ୟବ୍ୟାପି ଆନ୍ଦୋଳନ

45

ଗଂଜାମ,୦୬/୧୦/୨୧(ଜିଲ୍ଲା ଖବର):ଭାରତୀୟ ମଜଦୁର ସଂଘ ପରିଚାଳିତ ଓ ଅନ୍ୟାନ୍ୟ ମଜଦୁର ସଂଘ ତରଫରୁ ରାଜ୍ୟ ବ୍ୟାପି ଜିଲ୍ଲା ଶ୍ରମ ଅଧିକାରୀ ଜରିଆରେ ଶ୍ରମିକ ବିଭିନ୍ନ ସମସ୍ୟା ନେଇ 9 ଦଫା ଦାବିପତ୍ର ମାନ୍ୟବର ଶ୍ରମମନ୍ତ୍ରୀ, ଶ୍ରମ ଅଯୁକ୍ତ ତଥା ସଚିବ, ଓଡିଶା କୋଠବାଡି ଓ ଅନ୍ୟାନ୍ୟ ନିର୍ମାଣ କଲ୍ୟାଣ ବୋର୍ଡଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଉଥିବା ଅବସରରେ ଆଜି ଗଞ୍ଜାମ ଜିଲ୍ଲା ତରଫରୁ ଦାବିପତ୍ର ପ୍ରଦାନ କରାଯାଇଥିଲା |ଦାବୀଗୁଡିକ ମଧ୍ୟରେ -କରୋନା ସମୟରେ ନିର୍ମାଣ ଶ୍ରମିକ ମାନଙ୍କ ନାମରେ 1500 ତାଙ୍କ ଆସିଥିଲା ଜିଲ୍ଲାର ବିଭିନ୍ନ ବ୍ଲକଗୁଡିକରେ ଓ ମୁନସିପାଲିଟି ଅଞ୍ଚଳରେ ଅନେକ ଶ୍ରମିକମାନଙ୍କୁ ଆଜି ସୁଦ୍ଧା ପ୍ରଦାନ କରାଯାଇନାହିଁ କିମ୍ବା ଜିଲ୍ଲା ଶ୍ରମ କାର୍ଯ୍ୟଳୟ ଫେରସ୍ତ ଯାଇନାହିଁ ଯାହା ଫଳରେ ନିର୍ମାଣ ଶ୍ରମିକଟି 1500 ଟଙ୍କା ପାଇବାରୁ ବଞ୍ଚିତ ହୋଇଅଛି |ଏଣୁ ଯଥା ଶୀଘ୍ର ନିର୍ମାଣ ଶ୍ରମିକ ଚିହ୍ନଟ କରାଯାଇ ତୁରନ୍ତ ଟଙ୍କା ପ୍ରଦାନ କରାଯାଇ ନଚେତ ସେ ସମ୍ଭଦ୍ଧିୟ ଟଙ୍କା ଜିଲ୍ଲା ଶ୍ରମ କାର୍ଯ୍ୟଳୟରେ ପୈଠ କରାଯିବା, ଜିଲ୍ଲା ଶ୍ରମ କାର୍ଯ୍ୟଳୟଗୁଡିକରେ ଖାଲି ପଡ଼ିଥିବା ପଦବୀଗୁଡିକ ପୂରଣ କରାଯାଉ |କାରଣ ଶ୍ରମ ବିଭାଗ ନିଜସ୍ୱ କାର୍ଯ୍ୟ ତା ସାଙ୍ଗକୁ ନିର୍ମାଣ ଶ୍ରମିକ ଓ ଅଣସଂଗଠିତ ଶ୍ରମିକ ବର୍ତ୍ତମାନ ପ୍ରବାସୀ ଶ୍ରମିଙ୍କମାନଙ୍କର କାର୍ଯ୍ୟଭାର ବଢ଼ି ଚାଲିଥିବା କାରଣରୁ ଜିଲ୍ଲା ଶ୍ରମ ଅଧିକାରୀ, ସହକାରୀ ଶ୍ରମଅଧିକାରୀଙ୍କ ସେମତ ଗ୍ରାମୀଣ ଶ୍ରମ ନିରୀକ୍ଷକ ମାନଙ୍କୁ ନିଯୁକ୍ତି ଦିଆଯିବା, ବର୍ଷ ବର୍ଷ ଧରି ଜିଲ୍ଲା ଶ୍ରମ କାର୍ଯ୍ୟଳୟ ଗୁଡିକରେ ପଡି ରହିଥିବା ନିର୍ମାଣ ଶ୍ରମିକ ମାନଙ୍କର ସହାୟତା ରାଶି ଯଥା -ସେଇକେଲ, ଯନ୍ତ୍ରପତି, ସେଫଟି ଇନସ୍ତୁମେଣ୍ଟ, ବିବାହ, ମୃତ୍ୟୁକାଳୀନ, ପ୍ରସବକାଳୀନ, ଚିକିତ୍ସା, ଶିକ୍ଷାସହାୟତା, ଘର ତିଆରି ସମ୍ଭଦ୍ଧିୟ ଆବେଦନ ପତ୍ର ଗୁଡିକୁ ଯଥାଶୀଘ୍ର ସମାଧାନ କରାଯାଇ ନିର୍ମାଣ ଶ୍ରମିକମାନଙ୍କୁ ପ୍ରଦାନ କରାଯିବା, କୋରନା ସମୟରେ ଅନେକ ନିର୍ମାଣ ଶ୍ରମିକମାନଙ୍କ ରିନୁଆଲ ହୋଇନଥିବା, ବୟସ 60 ହୋଇଥିବା କାରଣରୁ ସରକାର ତରଫରୁ ଘୋଷଣା କରାଯାଇଥିବା 1500 ଟଙ୍କା ପ୍ରଦାନ କରାଯାଉନାହିଁ |ବର୍ତ୍ତମାନ ପରିସ୍ଥିତିରେ ବୟସ ସୀମା ହଟାଯାଇ ସମସ୍ତ ନିର୍ମାଣ ଶ୍ରମିକମାନଙ୍କୁ 1500 ଟଙ୍କା ପ୍ରଦାନ କରାଯିବା, ପାଞ୍ଜକୃତ ନିର୍ମାଣ ଶ୍ରମିକର 60 ବର୍ଷ ବୟସ ସୀମା ହଟାଯାଇ ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ, ରାଜ୍ୟରେ ବିଭିନ୍ନ ଜିଲ୍ଳାରେ ନିର୍ମାଣ ଶ୍ରମିକମାନଙ୍କୁ ଯେଉଁ ଦକ୍ଷତା ବୃଦ୍ଧି ନିମନ୍ତେ ତାଲିମ ଦିଆଯାଇଛି ସେମାନଙ୍କୁ ସେ ସମ୍ଭଦ୍ଧିୟ ତାଲିମ ପ୍ରମାଣପତ୍ର ସହିତ 15 ଦିନର ପ୍ରାପ୍ୟ 3 ହଜାର ତୁରନ୍ତ ପ୍ରଦାନ କରାଯିବା, ସମସ୍ତ ବ୍ଲକଗୁଡିକରେ ଶ୍ରମ କାର୍ଯ୍ୟଳୟ ଖୋଲାଯିବା ସହ ଶ୍ରମଅଧିକାରୀ ନିଯୁକ୍ତି ଦିଆଯିବା, ପାଞ୍ଜକୃତ ଟ୍ରେଡ଼ ୟୁନିୟନ ଭାରପ୍ରାପ୍ତ ପ୍ରତିନିଧିଙ୍କ ର ଦସ୍ତଖତ ମାଧ୍ୟମରେ ନିର୍ମାଣ ପଞ୍ଜିକରଣ ପାଇଁ ଆବେଦନ ପତ୍ର ଶ୍ରମକାର୍ଯ୍ୟଲୟ ରଖାଯିବା, ଯେଉଁ ପଞ୍ଜିକୃତ ନିର୍ମାଣ ଶ୍ରମିକମାନଙ୍କୁ ଆଜସୁଦ୍ଧା କୌଣସି ପ୍ରକାର ସହାୟତା ରାଶି ପ୍ରଦାନ କରାଯାଇନାହିଁ ସେମାନଙ୍କୁ ସେସବୁ ସହାୟତା ଯୋଗାଇ ଦିଆଯିବା ଅନ୍ତର୍ଭୁକ୍ତ ଅଟେ |