Home ଆଞ୍ଚଳିକ ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ଲିଃ ପକ୍ଷରୁ ୬୬ ତମ ନିଖୀଳ ସର୍ବଭାରତୀୟ ସମବାୟ ସପ୍ତାହ...

ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ଲିଃ ପକ୍ଷରୁ ୬୬ ତମ ନିଖୀଳ ସର୍ବଭାରତୀୟ ସମବାୟ ସପ୍ତାହ ପାଳିତ

37

ଆସିକା,୧୪/୧୧(କ୍ଷୀରୋଦ ଚନ୍ଦ୍ର ବେହେରା) ; ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ଲିଃ. ମୁଖ୍ୟ ଶାଖା କାର୍ଯ୍ୟାଳୟ ସଭା ଗୃହ ଠାରେ ୬୬ ତମ ନିଖୀଳ ସର୍ବଭାରତୀୟ ସମବାୟ ସପ୍ତାହ ପାଳିତ ପାଳିତ ହୋଇଯାଇଛି । ଏହି ସଭାକୁ ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ସଭାପତି ବିରେନ୍ଦ୍ର କେଶରୀ ଆରୁଖ ସଭାପତିତ୍ୱ କରିଥିଲେ । ଏହି ସଭାରେ ଗଞ୍ଜାମ ଜିଲ୍ଲା ସମବାୟ ସମିତି ଉପନିବନ୍ଧକବିଶ୍ୱରଞ୍ଜନ ଦାଶ, ଆସିକା ସମବାୟ ଚିନିଶିଳ୍ପ ପରିଚାଳନା ପରିଷଦ ସଭାପତି ବିପିନ ବିହାରୀ ପାତ୍ର, ବ୍ୟାଙ୍କ ସମ୍ପାଦକ ହରିଶ୍ଚନ୍ଦ୍ର ଦାଶ, ବରିଷ୍ଠ ଆଇନଜୀବୀ ତଥା ସମବାୟବିତ ଭାସ୍କର ସ୍ୱାଇଁ, ଆସିକା ବାର ଆସୋସିଏସନ ସଭାପତି ସରୋଜ କୁମାର ତ୍ରିିପାଠୀ, ସମବାୟ ପରିଚାଳନା ପରିଷଦ ପାଟପୁର ଶାଖା ନିର୍ଦ୍ଦେଶକ ଅରିବିନ୍ଦ ନାହକ, ପରିଚାଳନା ସଦସ୍ୟ ରବିନ୍ଦ୍ର ପରିଡା, ଭଞ୍ଜନଗର ସମବାୟ ପରିଚାଳନା ଶାଖା ନିର୍ଦ୍ଦେଶକ ଖଲି ସେଠୀ, ସୋରଡା ସମବାୟ ପରିଚାଳନା ଶାଖା ନିର୍ଦ୍ଦେଶକ ପଚାଂନନ ଗୈାଡ ଯୋଗ ଦେଇଥିଲେ । ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ପ୍ରଦିପ ପ୍ରଜ୍ଜଳନ କରାଯାଇ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ସଭାରେ ସହକାରୀ ପରିଚାଳକ କୃଷ୍ଣ ଚନ୍ଦ୍ର ଦାଶ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଅତିଥି ମାନଙ୍କୁ ବ୍ୟାଙ୍କ ପକ୍ଷରୁ ପୁଷ୍ପଗୁଛ ସହ ଉପଢୈାକନ ପ୍ରଦାନ କରାଯାଇଥିଲା । ଅତିଥି ମାନେ ଦେଶ ସ୍ୱାଧିନ ପୂର୍ବରୁ ଦେଶରେ ସମବାୟ ଆନ୍ଦୋଳନ ଆରମ୍ଭ କରିଥିଲେ । ଦେଶ ସ୍ୱାଧିନ ପୂର୍ବରୁ ପ୍ରତ୍ୟେକ ଗାଁରେ ସାହୁକାର, ଜମିଦାର,ମହାଜନ ପ୍ରମୁଖଙ୍କ ଦ୍ୱାରା ଋଣ ପ୍ରଦାନ ଓ ଚାଷର ମହାସିଲ ପାଇଁ ଲୋକେ ସର୍ବଶାନ୍ତ ହୋଇଯାଉଥିଲେ । ଏହା ଦେଶ ପରାଧିନ ଠାରୁ ଅଧିକ ଲୋକଙ୍କୁ କଷ୍ଟ ଦେଉଥିଲା । ଏଥିରୁ ମୁକୁଳିବା ପାଇଁ ଦେଶର ସେତେବେଳର ଯୁଗଜନ୍ମା ଦେଶପ୍ରେମୀ ସ୍ୱାଧିନତା ସଂଗ୍ରାମୀ ମାନଙ୍କ ଦ୍ୱାରା ସମବାୟ ଆନ୍ଦୋଳନ ଆରମ୍ଭ ହୋଇଥିଲା । ପରବର୍ତୀ ସମୟରେ ଦେଶ ସ୍ୱାଧିନ ପରେ ଏହା ସମ୍ଭିଧାନର ଆଇନରେ ପରିଣତ ହୋଇ ସମବାୟ ନିତି ହୋଇଥିଲା । ଓଡିଶାରେ ମଧୁବାବୁ ଏହି ସମବାୟ ଆନ୍ଦୋଳନର ମୁଖ୍ୟ ପୁରୋଧା ଥିଲେ । ଏହାକୁ ଭିତିକରି ଆସିକା ସହର ଏକ ସମବାୟ ନଗରୀ ରୁପେ ଓଡିଶାରେ ବେଶସୁନାମ ଅର୍ଜନ କରିଥିଲା । ଆସିକା ବହୁ ମୁଖୀ ସମବାୟ ସମିତି ଲିଃ. ଆଜିକାର ଆସିକା ବସଷ୍ଟାଣ୍ଡ ସ୍ଥିତ ଏସିଏମପିସିଏସ ଏସିଆର ସର୍ବବୃହତମ ଶ୍ରେଷ୍ଠ ସମବାୟ ରୁପେ ପୁରସ୍କୃତ ହୋଇ ଗୈାରବ ଆଣି ଦେଇଥିଲା । ଆସିକା ଠାରେ ସମବାୟ ଚିନିଶିଳ୍ପ ଲିଃ., ଆସିକା ବହୁମୁଖୀ ସମବାୟ ସମିତି ଲିଃ. ଓଡିଶାର ଏକ ମାତ୍ର ଉକ୍ରଳ ସମବାୟ ଆୟୁର୍ବେଦିକ ଫାର୍ମାସିଷ୍ଟ ଲିଃ. , ରଘୁନାଥ ନଗର ବୁଡ ତୋଟା ଠାରେ ସମବାୟ ଚମଡା ଶିଳ୍ପ, କଲେଜ ଛକ ଠାରେ ସମବାୟ ଟାଇଲି ଶିଳ୍ପ ଲିଃ., ଆସିକା ସମବାୟ ଶୀତଳ ଭଣ୍ଡାର, ଆସିକା ନିରଞ୍ଜନଗର ଠାରେ ଥିବା ଆସିକା ସମବାୟ ଆର୍ବାନ ବ୍ୟାଙ୍କ ଲିଃ. , ଆସିକା ଅଶୋକା ଫିଲିଙ୍ଗ ଷ୍ଟେସନ ନିକଟରେ ଥିବା ସମବାୟ ଗ୍ରାମ୍ୟ କୃଷି ଭୁଉନ୍ନୟନ ବ୍ୟାଙ୍କ ସହ ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ. ଜିଲ୍ଲାର ଏକ ଲାଭଜନକ ଅଗ୍ରୀଣ ସମବାୟ ବ୍ୟାଙ୍କ ରୁପେ ବେଶ ପରିଚିତ । ଏହି ବ୍ୟାଙ୍କ ରାଜ୍ୟର ୧୭ଟି ସମବାୟ ବ୍ୟାଙ୍କ ମଧ୍ୟରୁ ଅନ୍ୟତମ । ଜିଲ୍ଲାରେ ୩ଟି ସବଡିଭିଜନ, ୧୪ଟି ବ୍ଲକର ୨୩୪ ପଚାଂୟତରେ ୧୯୧ଟି ସେବା ସମବାୟ ସମିତି ରହିଛି । ୨ଲକ୍ଷରୁ ଉର୍ଦ୍ଦ ଚାଷି ପରିବାର ରହଥିବା ବେଳେ ୨ଲକ୍ଷ ୪ ହଜାର ଚାଷିଙ୍କୁ ଋଣ ପ୍ରଦାନ କରାଯାଇଛି । ୭୪ ହଜାର ଚାଷି ନିୟମିତ ଋଣ ଦେଣନେଣ କରୁଛନ୍ତି । ସମସ୍ତ ଶାଖା ଗୁଡିକୁ ଅନଲାଇନ ଡିଜିଟାଇଜେସନ କରାଯାଇଛି । ଶେରଗଡ ଓ ଆସିକା ହେଡ ଅଫିସ ଠାରେ ଏଟିଏମ ବ୍ୟବସ୍ଥା ରହିଛି । ୨୭୦୯ ମାଇକ୍ରୋ ଏଟିମଏ ପ୍ରଦାନ କରାଯାଇଛି । ରବି ଓ ଖରିଫରେ ଚାଷିିିିି ମାନଙ୍କୁ ଋଣ ପ୍ରଦାନ କରାଯାଇଛି । ଜିଲ୍ଲାରେ ଧାନ ଚାଷୀ, ଅର୍ଥକାରୀ ଫସଲ, ଆଖୂ, ମକା ଚାଷ ସାଙ୍ଗକୁ ସମସ୍ତ କୃଷି ଉପକରଣ ଓ ଯନ୍ତ୍ରପାତି ଋଣ ପ୍ରଦାନ କରିବାରେ ଜିଲ୍ଲାର ମୁଖ୍ୟ ବ୍ୟାଙ୍କ ରୁପେ କେନ୍ଦ୍ର ସମବାୟ ବ୍ୟାଙ୍କ କାର୍ଯ୍ୟ କରିଆସୁଛି । ୨୦୧୧ ପୂର୍ବରୁ ଏହା କ୍ଷତିରେ ଚାଲି ୧୬କୋଟି ବକେୟା ଥିବା ବେଳେ ଏହା ୨୦୧୧ ପରଠାରୁ ସମସ୍ତ ୧୬କୋଟି ଋଣ ଶୁଝିବା ପରେ ବର୍ତମାନ ଏକ ଲାଭଜନକ ବ୍ୟାଙ୍କ ରୁପେ ବ୍ୟବସାୟ କରିଆସୁଛି । ୫ ବର୍ଷ ଧରି ଏହା ଏକ ଲାଭଜନକ ବ୍ୟାଙ୍କ ରୁପେ ବ୍ୟବସାୟ କରୁଛି । ବର୍ତମାନ ୩କୋଟିରୁ ଉର୍ଦ୍ଧ ଲାଭରେ ଏହି ବ୍ୟାଙ୍କ ବ୍ୟବସାୟ କରୁଛି । ରାଜ୍ୟର ସମସ୍ତ ସମବାୟ ବ୍ୟାଙ୍କ ସ୍ତରରେ ତୃତୀୟ ସ୍ଥାନରେ ଆସିକା ସମବାୟ ବ୍ୟାଙ୍କ ଏକ ଲାଭଜନକ ବ୍ୟାଙ୍କ ରୁପେ ରହିଆସୁଛି । ରାଜ୍ୟ ସମବାୟ ବ୍ୟାଙ୍କ ଅଡିଟ ମାନ୍ୟତାରେ ଏ ଶ୍ରେଣିର ମାନ୍ୟତା ପାଇ ଆସିଛି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ଆସିକା ଓକିଲ ସଂଘ ସଭାପତି ସରୋଜ କୁମାର ତ୍ରିପାଠୀ ତାଙ୍କ ବକ୍ତବ୍ୟରେ ଆସିକା ସମବାୟ କ୍ଷେତ୍ରରେ ଆଜି ପଛରେ ପଡିଯାଇଛି । ଚିନିଶିଳ୍ପ କ୍ଷତିରେ ଚାଲିଥିବା ବେଳେ ଉକ୍ରଳ ଆୟୁର୍ବେଦିକ ଫାର୍ମାସିଷ୍ଟ ଲିଃ. ଋଗୁଣ ଅବସ୍ଥାରେ ଚାଲିଛି । ଆସିକା ସମବାୟ ଶୀତଳ ଭଣ୍ଡାର ଶାଗ ମାଛ ଦରରେ ବିକ୍ରି ହୋଇଥିବା ବେଳେ ସେହି ନିକଟରେ ବନ୍ଦ ହୋଇ ରହିଥିବା ସମବାୟ ଟାଇଲ ଶିଳ୍ପ କୋଟି କୋଟି ଟଙ୍କାର ମୁଲ୍ୟବାନ ସ୍ଥାନଟିକୁ କମ ଦରରେ ବିକ୍ରି ପାଇଁ ମସୁଧା ଚାଲିଛି । ସେହିଭଳି ଆର୍ବାନ ବ୍ୟାଙ୍କ, ଲେଣ୍ଡ ଡେଭଲେପମେଟଂ ବ୍ୟାଙ୍କ ବନ୍ଦ୍ ରହିଛି । ଏହାକୁ ପୁନଃରୁଦ୍ଧାର କରିବା ପାଇଁ ଅତିଥି ମାନେ ଦୃଷ୍ଟି ଆକର୍ଷଣ କରିଥିଲେ । ସେହିଭଳି ଡିଆରସିଏସ ବିଶ୍ୱରଞ୍ଜନ ଦାଶ ଦିର୍ଘ ଦିନ ଧରି ବନ୍ଦ ରହିଥିବା ଆସିକା ନିରଞ୍ଜନ ନଗର ସ୍ଥିତ ଆସିକା ସମବାୟ ଆର୍ବାନ ବ୍ୟାଙ୍କ ଲିଃ. ପୁଣି ଚାଲୁ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଏଥିପାଇଁ ରାଜ୍ୟ ସରକାର ଓ ଆସିକବାସୀ ସାହାଯ୍ୟ କରିବା ପାଇଁ ଆହ୍ୱାନ ଦେଇଥିଲେ । ସଭା ଶେଷରେ ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ଲିଃ. ସହକାରୀ ପରିଚାଳକ କୃଷ୍ଣ ଚନ୍ଦ୍ର ମିଶ୍ର ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ କେନ୍ଦ୍ର ସମବାୟ ବ୍ୟାଙ୍କର ସମସ୍ତ ଅଧିକାରୀ ଓ କର୍ମଚାରୀ ସହ ଯୋଗ କରିଥିଲେ । ଏହି ସମବାୟ ସପ୍ତାହ ୧୪ ତାରିଖରୁ ଆରମ୍ଭ ହୋଇ ୨୦ ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପି ଆୟୋଜିତ ହେବ ।