Thursday, November 12, 2026
Home ଆଞ୍ଚଳିକ ବିଜେପି ର ଗୁଣ୍ଡାବାହିନୀ ଦ୍ୱାରା କୃଷକ ଙ୍କୁ ନିର୍ମମ ହତ୍ୟା ର ଗଣ ପ୍ରତିବାଦ ଓ...

ବିଜେପି ର ଗୁଣ୍ଡାବାହିନୀ ଦ୍ୱାରା କୃଷକ ଙ୍କୁ ନିର୍ମମ ହତ୍ୟା ର ଗଣ ପ୍ରତିବାଦ ଓ ବିକ୍ଷୋଭ

15

ବ୍ରହ୍ମପୁର,୦୪/୧୦/୨୧(ଜିଲ୍ଲା ଖବର):ଉତ୍ତର ପ୍ରଦେଶ ର ଲକ୍ଷ୍ମୀପୁର ଖେରି ରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଙ୍କ ପୁଅ ନେତୃତ୍ୱରେ ଆନ୍ଦୋଳନ ରତ କୃଷକ ଙ୍କ ଉପରେ ଗାଡି ମଡେଇ ହତ୍ୟା କରିବା ବିରୋଧରେ ଆଜି ଦେଶବ୍ୟାପୀ ପ୍ରତିବାଦ ଅବସରରେ ସଂଯୁକ୍ତ କିଷାନ ମୋର୍ଚ୍ଚା ର ଆହ୍ୱାନ କ୍ରମେ ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇ ମାନ୍ୟବର ରାଷ୍ଟ୍ରପତି ଭାରତ ସରକାର ଙ୍କ ଉଧେଶ୍ୟ ରେ ସ୍ମାରକ ପତ୍ର ପ୍ରେରଣ କରାଯାଇଥିଲା. ପ୍ରକାଶ ଥାଉ କି ଯେ,
ଗତକାଲି ଉତ୍ତର ପ୍ରଦେଶ ଖେରି ଠାରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀଙ୍କ ଗସ୍ତ କୁ ଶାନ୍ତିପୂର୍ଣ୍ଣ ଭାବେ ବିରୋଧ କରୁ ଥିବା କୃଷକ ମାନଙ୍କ ଉପରେ ସ୍ଥାନୀୟ ସାଂସଦ ତଥା କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ର ଙ୍କ ପୁଅ ର ନେତୃତ୍ୱରେ ଶାସକ ବିଜେପି ଦଳର ଗୁଣ୍ଡା ମାନେ ନିଜର ଗାଡିକୁ ଚଢ଼ାଇଦେଇ 8 ଜଣ କୃଷକ ଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି. ଏହି ଘଟଣା ରେ ଅନ୍ୟ 10ରୁ ଉର୍ଧ୍ଵ କୃଷକ ଆହତ ହୋଇଛନ୍ତି. ଏଠାରେ ଉଲ୍ଲେଖ କରାଯାଇ ପରେ ଯେ, ସମ୍ପୃକ୍ତ କେନ୍ଦ୍ର ମନ୍ତ୍ରୀ ଉକ୍ତ ଘଟଣାର ଦିନକ ପୂର୍ବରୁ ନିଜ ନିର୍ବାଚନ ମଣ୍ଡଳୀ କୁ ଆସିଥିବାବେଳେ ଆନ୍ଦୋଳନ ରତ କୃଷକ ମାନେ ନ ସୁଧୁରିଲେ ମୁଁ ସାଂସଦ ଓ ମନ୍ତ୍ରୀ ହେବାର ମୋ ପୂର୍ବ ରୁପକୁ ଫେରି ସେମାନଂକୁ ଦୁଇ ମିନଟ ରେ ଚୁପ କରି ଦେଵିବୋଲି ଖୋଲା ଖୋଲି ଧମକ ଦେଇଥିଲେ. ଠିକ ସେହିପରି ହରିୟାନା ର ବିଜେପି ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ନିଜର କର୍ମକର୍ତା ମାନଙ୍କୁ ସମ୍ବୋଧନ କରି କୃଷକ ମାନଙ୍କୁ ଲାଠି ରେ ମୁକାବିଲା କରିବାକୁ ଡାକରା ଦେବା ସମ୍ପୂର୍ଣ ଅଗଣତାନ୍ତ୍ରିକ ଓ ଅପରାଧ ମୂଳକ କାର୍ଯ୍ୟ ବୋଲି ମୋର୍ଚ୍ଚା ଧିକାର କରିଛି. ଏଣୁ ଦାବୀ କରାଯାଇଛି ଯେ, 1)ଲକ୍ଷ୍ମୀପୁର ଖେରି ନରସଂହାର ଘଟଣାର ଅପରାଧୀମାନଙ୍କ ବିରୁଦ୍ଧରେ ହତ୍ୟା ମୋକଦ୍ଧମା ଦାଏର କରି ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ. 2)ସୁପ୍ରିମକୋର୍ଟ ର ତଦାରଖ ରରେ ସ୍ୱତନ୍ତ୍ର ତଦନ୍ତ କାରି ଟିମ (SIT )ଗଠନ କରି ମାମଲା ର ତଦନ୍ତ କରାଯାଉ. 3)ସାମ୍ବିଧାନିକ ପଦ ପଦବିରେ ରହି ଶାନ୍ତି ପୂର୍ଣ୍ଣ ଭାବେ ପ୍ରତିବାଦ କରୁଥିବା ଦେଶର କୃଷକ ଙ୍କ ଉପରେ ଆକ୍ରମଣ ଓ ହିଂସା କରିବାକୁ ଖୋଲା ଖୋଲି ଭାବେ ଆହ୍ୱାନ ଦେଇଥିବା ବିଜେପି ର ହରିୟାନା ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ର ଙ୍କୁ ତୁରନ୍ତ ସେମାନଙ୍କ ପଦରୁ ବହିଷ୍କାର କରାଯାଉ ପ୍ରଭୃତି ଦାବୀ ଉପସ୍ଥାପିତ ହୋଇଛି ନଚେତ ଆଗାମୀ ଦିନରେମୋଦି ସରକାର ବିରୋଧ ରେ କୃଷକ ଆନ୍ଦୋଳନ କୁ ଆହୁରି ତେଜିୟନ କରାଯିବା ଲାଗି ଆହ୍ୱାନ ଦିଆଯାଇଛି. ବରିଷ୍ଠ କୃଷକ ନେତା କୈଳାସ ଷଡ଼ଙ୍ଗୀ, ଭାଲ ଚନ୍ଦ୍ର ଷଡ଼ଙ୍ଗୀ, ପି ହରିକୃଷ୍ଣ ରେଡ୍ଡୀ, ବସନ୍ତ ନନ୍ଦ, ଗୋପାଳ ପାଣିଗ୍ରାହୀ, ସୁଦର୍ଶନ ସ୍ୱାଇଁ,ବାବୁଲା ନାୟକ, ଦଣ୍ଡପାଣିରେଡ୍ଡୀ,କାମରାଜୂ ବେହେରା, ପ୍ରତାପ କୁମାର ନାୟକ, ଲଡ଼ୁ କିଶୋର ଡାକୁଆ, ନାରାୟଣ ବିଶୋଇ, ସନ୍ତୋଷ ଗୌଡ଼,ପପୁନ ସାହୁ, ଶିବାନୀ ମିଶ୍ର, ଅବନୀ ଗୟା, ଜି. ସି ମଲ୍ଲିକ, ମନୋଜ ତରାଇ, ଶ୍ରୀନିବାସ ରାଓ ପ୍ରମୁଖ ନେତୃତ୍ୱ ନେଇଥିଲେ.
ରିପୋର୍ଟ : କୁନା ମିଶ୍ର