Wednesday, November 11, 2026
Home ଆଞ୍ଚଳିକ ତୃତୀୟ ଲହର ଆସିନାହିଁ, ସବୁ ବେଳେ ସବୁ ଆକଳନ ଠିକ ହେବ ବୋଲି କହି ହେବ...

ତୃତୀୟ ଲହର ଆସିନାହିଁ, ସବୁ ବେଳେ ସବୁ ଆକଳନ ଠିକ ହେବ ବୋଲି କହି ହେବ ନାହିଁ: ଡିଏମଇଟି ସିବିକେ ମହାନ୍ତି

16

୦୪/୧୦/୨୧ (ଜିଲ୍ଲା ଖବର) : ଶୀତ ଋତୁରେ ଅନେକ ଲୋକ ଘରେ ରହିବାକୁ ଚାହାଁନ୍ତି । ଥଣ୍ଡା ଯୋଗୁଁ ବେଶୀ ବାହାରେ ବୁଲନ୍ତି ନାହିଁ । ତେଣୁ ଭିଡ ହୋଇ ସଂକ୍ରମଣ ବଢିବାର ସାମାନ୍ୟ ଭୟ ରହିଛି । କିନ୍ତୁ ଯେତେ କମ ସଂକ୍ରମଣ ହେଲେ ମଧ୍ୟ ତାକୁ ପ୍ରତିକାର କରିବାକୁ ପଡିବ । ଆଉ ଆମର ଗୋଟିଏ ଭୁଲ ବଡ଼ ବିପଦକୁ ଆମନ୍ତ୍ରଣ କରିପାରେ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି । ସେହିପରି ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବା ପାଇଁ ଭାରତ ସରକାର କୌଣସି ପ୍ରତିବନ୍ଧକ ରଖି ନାହାନ୍ତି ।

ଅନ୍ୟ ରାଜ୍ୟରୁ ଲୋକ ଆସିବେ । ସେମାନେ ଯାହା ପାଖକୁ ଆସୁଛନ୍ତି ସେମାନେ ସତର୍କତା ଅବଲମ୍ବନ କରିବା ଦରକାର । ପୂର୍ବରୁ ତୃତୀୟ ଲହରକୁ ନେଇ ଭିନ୍ନ ଭିନ୍ନ ମତ ଆସିଥିଲା । ଏପର୍ଯ୍ୟନ୍ତ ତୃତୀୟ ଲହର ଆସିନାହିଁ । ସମୟ କହିବ କେବେ ଆସିବ । ସବୁ ବେଳେ ସବୁ ଆକଳନ ଠିକ ହେବ ବୋଲି କହି ହେବ ନାହିଁ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।