Home ଅପରାଧ ବାରିପଦା ପଣ୍ଡିତ ରଘୁନାଥମୁର୍ମୁ କଲେଜ ଓ ହସ୍ପିଟାଲରେ ଅଘଟଣ

ବାରିପଦା ପଣ୍ଡିତ ରଘୁନାଥମୁର୍ମୁ କଲେଜ ଓ ହସ୍ପିଟାଲରେ ଅଘଟଣ

15

ମୟୂରଭଞ୍ଜ,୦୪/୧୦/୨୧ (ଜିଲ୍ଲା ଖବର) :  ବାରିପଦା ପଣ୍ଡିତ ରଘୁନାଥମୁର୍ମୁ କଲେଜ ଓ ହସ୍ପିଟାଲରେ ଅଘଟଣ।  ହସ୍ପିଟାଲ ଛାତରୁ ଖସିଲା ସିମେଣ୍ଟ କଂକ୍ରିଟ। ଅଳ୍ପକେ ବଞ୍ଚିଲେ ରୋଗୀ । ତେବେ ଏଥିରେ ଜଣେ ରୋଗୀ ଆହତ ହୋଇଛନ୍ତି । ଆହତ ଚକ୍ରଧର ଜ୍ବରରେ ଅସୁସ୍ଥ ହୋଇ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ବେଡ଼ ନପାଇ ତଳେ ପିଣ୍ଡାରେ ଚିକିତ୍ସିତ ହେଉଥିଲେ ଚକ୍ରଧର। ଏହି ସମୟରେ ଛାତରୁ ସିମେଣ୍ଟ କଂକ୍ରିଟ ଖସି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ଚକ୍ରଧର ଚେତାଶୂନ୍ୟ ହୋଇ ପଡିଥିଲେ।  ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଏଭଳି ସ୍ଥିତି ଉପୁଜିଥିବା ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ସେପଟେ ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି।