Thursday, October 15, 2026
Home ଆଞ୍ଚଳିକ ଗତ ମାସେ ହେଲା ହୋଟେଲରେ ରହୁଛନ୍ତି ନାଗା ଚୈତନ୍ୟ

ଗତ ମାସେ ହେଲା ହୋଟେଲରେ ରହୁଛନ୍ତି ନାଗା ଚୈତନ୍ୟ

24

ନୂଆଦିଲ୍ଲୀ, ୦୪/୧୦/୨୧ (ଜିଲ୍ଲା ଖବର) : ସାଉଥ୍ ଇଣ୍ଡଷ୍ଟ୍ରିର ଜଣାଶୁଣା ଯୋଡି ନାଗା ଚୈତନ୍ୟ ଏବଂ ସାମନ୍ଥା ରୁଥ୍ ପ୍ରଭୁ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହେବା ନେଇ ନିକଟରେ ଘୋଷଣା କରିଛନ୍ତି । ଗତ କିଛି ଦିନ ଧରି ଦୁହିଁଙ୍କ ମଧ୍ୟରେ ସମ୍ପର୍କ  ଭଲ ନଥିଲା  । ଦୁହେଁ ଅଲଗା ରହୁଥିଲେ ।  ମିଡିଆ ରିପୋର୍ଟ ଅନୁଯାୟୀ, ନାଗା ଚୈତନ୍ୟ ପାଖାପାଖି ଗତ ମାସେ ଧରି ହୋଟେଲରେ ରହୁଛନ୍ତି ।

ପିଙ୍କଭିଲ୍ଲା ରିପୋର୍ଟ ଅନୁଯାୟୀ, ହାଇଦ୍ରାବାଦରେ ନାଗା ଏକ ହୋଟେଲରେ ରହୁଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ, ଏହାକୁ ନେଇ ଚର୍ଚ୍ଚା ଯୋର ଧରିଛି ।

ଶନିବାର ଦିନ ସାମନ୍ଥା ଏବଂ ନାଗା ଚୈତନ୍ୟ ଛାଅଲଗା ହୋଇଥିବା ଘୋଷଣା କରିଥିଲେ। ଏହାକୁ ନେଇ ସୋସିଆଲ ମିଡିଆରେ ସାମନ୍ଥା ଲେଖିଥିଲେ ଯେ, ବହୁତ୍  ବୁଝି ବିଚାରି ଦୁହେଁ ଅଲଗା ହେବାର ନିଷ୍ପତି ନେଇଛନ୍ତି ।

୧୦ ବର୍ଷରୁ ଅଧିକ ଦିନ ହେବ ଆମେ ଭଲ ବନ୍ଧୁ ଥିଲୁ । ଆଗକୁ ମଧ୍ୟ ଆମ ମଧ୍ୟରେ ବହୁତ୍ ଭଲ ବନ୍ଧୁତା ରହିବ । ଆମେ ଫ୍ୟାନ୍ସ ଓ ଶୁଭଚିନ୍ତକ ମାନଙ୍କୁ ଅନୁରୋଧ କରୁଛୁ ଯେ, ଏହି ପରିସ୍ଥିତିରେ ଆମକୁ ସପୋର୍ଟ କରନ୍ତୁ । ଏବଂ ଆଗକୁ ବଢିବାକୁ ସାହାଯ୍ୟ କରନ୍ତୁ । ଆପଣମାନଙ୍କ ସପୋର୍ଟ ପାଇଁ ଧନ୍ୟବାଦ୍ ।