ରାମତରା ନିକଟରୁ ହିଲ୍ ଶାର୍କ ମାଛର ମୃତଦେହ ଉଦ୍ଧାର

7

ଜଗତସିଂହପୁର, ୦୪/୧୦/୨୧ (ଜିଲ୍ଲା ଖବର) : ଜଗତସିଂହପୁର ଜିଲ୍ଲା ଏରସମା ରାମତରା ନିକଟରୁ ହିଲ୍ ଶାର୍କ ମାଛର ମୃତଦେହ ଉଦ୍ଧାର । ସମୁଦ୍ର ବେଳାଭୂମିରୁ ହିଲ୍ ଶାର୍କ ମାଛର ମୃତଦେହ ଉଦ୍ଧାର କଲା ବନ ବିଭାଗ । ଉଦ୍ଧାର ମୃତ ଶାର୍କ ମାଛର ଲମ୍ବ ପ୍ରାୟ ୧୫ ଫୁଟ ହେବ ଏବଂ ଓସାର ୫ ଫୁଟ ହେବ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ।

 ବନ ବିଭାଗ କର୍ମଚାରୀ ନିଜ ହେପଜାତରେ ମୃତ ମାଛକୁ ରଖିଛି । ତେବେ ସାର୍କ ମାଛ ମରିବା ଘଟଣା ନୂଆ ନୁହେଁ । ପୂର୍ବରୁ ମଧ୍ୟ ପାରାଦୀପ ଓ ଏରସମା ସମୁଦ୍ର ପଠାରେ ସାମୁଦ୍ରିକ ମାଛର ମୃତ ଦେହ ଦେଖିବାକୁ ମିଳିଥିଲା ।

କିଛି ପରିବେଶବିତ ଙ୍କ ମତରେ ସମୁଦ୍ର ପାଣି ଦୂଷିତ ଓ ଗ୍ଲୋବାଲ ୱାର୍ମିଙ୍ଗ କାରଣରୁ ଜଳଚର ପ୍ରାଣୀଙ୍କ ମୃତ୍ୟୁ ଘଟୁଛି । ସରକାର ଏହା ଉପରେ ଦୃଷ୍ଟି ଦେଇ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ପରିବେଶବିତ କହିଛନ୍ତି ।