Monday, October 19, 2026
Home ଅପରାଧ ପିପିଲିରେ ନିର୍ବାଚନ ପରବର୍ତ୍ତି ରାଜନୈତିକ ହିଂସା, ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଘର ଉପରେ ଆକ୍ରମଣ...

ପିପିଲିରେ ନିର୍ବାଚନ ପରବର୍ତ୍ତି ରାଜନୈତିକ ହିଂସା, ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଘର ଉପରେ ଆକ୍ରମଣ ଅଭିଯୋଗ

14

ପୁରୀ,୦୪/୧୦/୨୧ (ଜିଲ୍ଲା ଖବର) : ପିପିଲିରେ ଉପନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି । ବହୁ ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥି ବିଜୟ ହାସଲ କରିବା ପରେ ଦଳୀୟ କର୍ମୀଙ୍କ ଉତ୍ପାତ ବଢିଛି । ରବିବାର ରାତିରେ ଭାରତୀୟ ଜନତା ପାର୍ଟିର ବିଧାୟକ ପ୍ରାର୍ଥି ଆଶ୍ରିତ ପଟ୍ଟନାୟକଙ୍କ ଘର ଉପରେ କିଛି ବିଜେଡି କର୍ମୀଙ୍କ ପକ୍ଷରୁ ଆକ୍ରମଣ  କରାଯାଇଛି।

ଏଥି ସହିତ ଆଶ୍ରିତ ପଟ୍ଟନାୟକଙ୍କ କିଛି ସମର୍ଥକ ମାନଙ୍କୁ ମଧ୍ୟ ବିଜେଡି କର୍ମୀ ମାନେ ମାଡପିଟ କରିଥିବା ବେଳେ ବିଜେପି ଦଳୀୟ ପତାକାକୁ ଚିରି ଦେଇଛନ୍ତି। ଏନେଇ ଆଶ୍ରିତ ପଟ୍ଟନାୟକ ବଳଙ୍ଗା ଥାନାରେ ଅଭିଯୋଗ କରିଥିବା ବେଳେ ଆଶ୍ରିତଙ୍କ ଘର ଆଗରେ ପୁଲିସ ମୁତୟନ ରହିଛନ୍ତି।  ତେବେ ନିର୍ବାଚନ ପରବର୍ତ୍ତୀ ହିଂସାକୁ ରୋକିବାକୁ ଗୁରୁତ୍ୱ ଦିଆଯାଉଥିବା ପୁରୀ ଏସପି କହିଥିବା ବେଳେ ବିଜେଡି କର୍ମୀଙ୍କ ଏଭଳି ଉତ୍ପାତ ଏବେ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଅନ୍ୟପଟେ ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି।