Sunday, October 18, 2026
Home ଅପରାଧ ପିପିଲିରେ ବିପର୍ଯ୍ୟୟ ପରେ କଂଗ୍ରେସ ଭବନରେ ପାଲା, ଜୋର ଧରିଲା ନିରଞ୍ଜନ ହଟାଅ ଦାବି

ପିପିଲିରେ ବିପର୍ଯ୍ୟୟ ପରେ କଂଗ୍ରେସ ଭବନରେ ପାଲା, ଜୋର ଧରିଲା ନିରଞ୍ଜନ ହଟାଅ ଦାବି

12

୦୪/୧୦/୨୧ (ଜିଲ୍ଲା ଖବର) : ପିପିଲିରେ ବିପର୍ଯ୍ୟୟ ପରେ କଂଗ୍ରେସ ଭବନରେ ପାଲା । ଜୋର ଧରିଲା ନିରଞ୍ଜନ ହଟାଅ ଦାବି । କଂଗ୍ରେସ ଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ର ଓ ଯୁବ କଂଗ୍ରେସ କର୍ମୀ । ରବିବାର ସଂଧ୍ୟାରେ ପିପିଲି ରେଜଲ୍ଟ ଆସିବା ପରେ ମାଷ୍ଟରକ୍ୟାଣ୍ଟିନ ସ୍ଥିତ କଂଗ୍ରେସ ଭବନ ଆଗରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ, ତାଙ୍କୁ ହଟାଇବା ଦାବିରେ କିଛି ଯୁବ, ଛାତ୍ର କଂଗ୍ରେସ ନେତା ନାରାବାଜି କରିବା ସହିତ ହାତରେ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଭିନ୍ନ ଉପନିର୍ବାଚନ ସମୟରେ ନିରଞ୍ଜନ ଶାସକ ବିଜେଡି ସହିତ ଭିତିରି ବୁଝାମଣା କରି କଂଗ୍ରେସକୁ ବୁଡାଇବା ପାଇଁ ପଣ କରିଥିବା କଂଗ୍ରେସ ନେତା ନରେଶ ମହାନ୍ତି ଏବଂ ଅନ୍ୟମାନେ ଅଭିଯୋଗ କରିଛନ୍ତି।