
ଆସିକା,୧୪/୧୧(କ୍ଷୀରୋଦ ଚନ୍ଦ୍ର ବେହେରା) ; ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ମେଡିକାଲ ଗୁଡିକରେ ସ୍ୱଚ୍ଚତାକୁ ଗୁରୁତ୍ୱ ଦେଇ ସ୍ୱଚ୍ଚତା ହିଁ ସେବା ନିତିକୁ ଯାଚଂ କରିବା ପାଇଁ ଆଜି ଆସିକା ଉପଖଣ୍ଡ ଚିକିତ୍ସାଳୟ ଠାରେ ମଧ୍ୟାହ୍ନରେ ରାଜ୍ୟ କାୟାକଳ୍ପ ଆକଳନ ଟିମର ଏକ ତିନି ଜଣିଆ ପ୍ରତିନିଧି ଦଳ ପରିଦର୍ଶନ କରିଥିଲେ । ଆସିକା ଉପଖଣ୍ଡ ଚିକିତ୍ସାଳୟର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡଃ. ଦିପକ କୁମାର ସାମନ୍ତରାଙ୍କ ନେତୃତ୍ୱରେ ଏହି ତିନି ଜଣିଆ ପ୍ରତିନିଧି ଦଳକୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ । ଏହି ଦଳର ରାଜ୍ୟ ଜଏଟଂ ଡାଇରେକ୍ଟର ଫେମିଲି ୱେଲଫର ଡଃ. ବିନୋଦ ବିହାରୀ ରଥ ଟିମ ମୁଖ୍ୟ, ଏସ.ଟି.ସି ଏମ.ଓ ଡଃ.ବିଣାପାଣି ନନ୍ଦ, ଆଇ.ଆଇ.ପି.ଏଚ.ପି ଫେକଲଟି ର ଡଃ.ରଞ୍ଜନ ପଟ୍ଟନାୟକ ପ୍ରମୁଖ ପରିଦର୍ଶନ ଆରମ୍ଭ କରିଥିଲେ । ମେଡିକାଲର ଡ୍ରେସିଂ ରୁମ, ମାଇନର ଓ.ଟି, ଡାକ୍ତର ଜରୁରୀକାଳିନ କକ୍ଷ, ଆଶା ଗୃହ, ଔଷଧ ବିତରଣ କେନ୍ଦ୍ର ନିରାମୟ, ହେଲପ ଡେସ୍କ, ଓପିଡି, ଏକ୍ସରେ ରୁମ,ଲେବର ରୁମ,ଏନବିଏସୟୁ, ଓଟି. ନର୍ସିଂ ଷ୍ଟେସନ, ଇନଡୋର ୱାର୍ଡ, ଟଏଲେଟ, ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର, ହଇଜା ୱାର୍ଡ, ଏନଆରସି, ଆରଏନଟିସିପି ( ଡାନ ଟିବି), ଆଇସିଟିସି ଏଡସ୍, ଇଟିଂଗ୍ରେଟେଡ ଲ୍ୟାବ, ପୋଷ୍ଟ ମର୍ଟମ ସେଟଂର, ଷ୍ଟାଫ କ୍ୱାଟର, ମେଡିକାଲ ପ୍ରାଚିର, ପିଇବା ପାଣି, ପ୍ରମୁଖ ଠାରେ ସ୍ୱଚ୍ଚତା ଓ ସେବାକୁ ତନ୍ନତନ କରି ଯାଚଂ କରିବା ସହ ସମସ୍ତ ବିଭାଗର ଡାକ୍ତର, ଫାର୍ମାସିଷ୍ଟ, ନର୍ସ, ସଫେଇ କର୍ମଚାରୀ, ଏକ୍ସରେ ମ୍ୟାନ ସଜ ସମସ୍ତ କର୍ମଚାରୀ ମାନଙ୍କୁ ବିଭିନ୍ନ ତଥ୍ୟ ପଚାରୀ ବୁଝିଥିଲେ । ସେହିଭଳି ମେଡିକାଲକୁ ଆସିଥିବା ବିଭିନ୍ନ ରୋଗୀ ଓ ପରିବାର ବର୍ଗଙ୍କୁ ରୋଗୀ ସେବା ଉପରେ ପଚାରୀ ବୁଝିଥିଲେ । ମେଡିକାଲ ଠାରେ ଅବାଧରେ ଗୋଟିଏ ରାସ୍ତା ଖୋଲା ରହି ବେସରକାରୀ କ୍ଲିନ୍ିକ ଖୋଲିବା ଦେଖିବା ସହ ମେଡିକାଲ ପରିସରରେ କେତେକ ବାହ୍ୟ ଲୋକଙ୍କୁ ଚାରି ଚକିଆ ଗାଡି ପାର୍କିଂ ଉପରେ ପଚାରୀ ବୁଝିଥିଲେ । ମୋଟା ମୋଟି ଭାବେ ଆସିକା ମେଡିକାଲ ଠାରେ ସମସ୍ତ ବିଭାଗରେ ସ୍ୱଚ୍ଚତା ଓ ସେବା ଉପରେ ସନ୍ତୁଷ୍ଟ ପ୍ରକାଶ କରିବା ସହ ମେଡିକାଲ ପରିସର ସମସ୍ତ ଅଚଂଳ ସଫା ସୁତୁରା ରହିଥିବା ଓ ବହୁ ରୋଗୀ ଆସିକା ମେଡିକାଲ ଉପରେ ନିର୍ଭର କରୁଥିବା ତାରିଫ କରିଥିଲେ । ରୋଗୀଙ୍କ ତୁଳନାରେ ମେଡିକାଲରେ ଡାକ୍ତର ଅଭାବ ଥିବା ଅନୁଧ୍ୟାନରେ ଜାଣି ପାରିଥିଲେ । ଏହି ଅନୁଧ୍ୟାନ ବେଳେ ଭାରପ୍ରାପସ୍ତ ଚିକିତ୍ସା ଅଧିକାରୀ ଶିଶୁ ବିଶେଷଜ୍ଞ ଡଃ.ଦିପକ କୁମାର ସାମନ୍ତରା, ସ୍ତ୍ରୀ ରୋଗ ବିଶେଷଜ୍ଞ ଡଃ. ସନ୍ତୋଷିନୀ ସେଠି, ଡଃ. ଆଶୁତୋଷ ପଟ୍ଟନାୟକ, ଦନ୍ତ ଚିକିତ୍ସକ ସୈାମ୍ୟାଶ୍ରୀ ସାହୁ, ମେଡିକାଲ ଫାର୍ମାସିଷ୍ଟ କୁଞ୍ଜବିହାରୀ ପାଢୀ,ଫାର୍ମାସିଷ୍ଟ ପି.କେଦାର ପାତ୍ର, ହେଡ ଷ୍ଟାଫ ନର୍ସ ଶ୍ରୀମତି ବିଷ୍ଣୁପ୍ରିୟା ବିଷୋୟୀ, ବାଡା ପୂର୍ଣ୍ଣଚନ୍ଦ୍ର ପାଢୀ ଓ ସୁପରଭାଇଜର ଅମିତ ଦାଶ ସାଙ୍ଗକୁ ନିଳମାଧବ ତ୍ରିପାଠି, ରବି ନାୟକ, ରାଧାମାଧବ ପଣ୍ଡା ସମେତ ସମସ୍ତ ନର୍ସ, ଏଏନଏମ, ଏକ୍ସରେ ମ୍ୟାନ, ଲେବ ମ୍ୟାନ, ସଫେଇ କର୍ମଚାରୀ, ଆଶା ସହ ସିକ୍ୟୁରିଟି ସହ ବାଲିିସିରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଦୁଇ ଜଣ ସଫେଇ କର୍ମଚାରୀ ୍େୟାଗ ଦେଇଥିଲେ ।




