
ନୂଆଦିଲ୍ଲୀ, ୦୪/୧୦/୨୧ (ଜିଲ୍ଲା ଖବର) : ଇନଷ୍ଟାଗ୍ରାମରେ ନାଁ ପରିବର୍ତ୍ତନ କଲେ ସାମନ୍ଥା । ସାଉଥର ଜଣାଶୁଣା ଅଭିନେତ୍ରୀ ସାମନ୍ଥା ଓ ତାଙ୍କ ସ୍ବାମୀ ନାଗା ଚୈତନ୍ୟ , ବିବାହର ମାତ୍ର ୪ ବର୍ଷ ପରେ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହେବାର ନିଷ୍ପତି ନେଇଛନ୍ତି ।
ତାଙ୍କର ଏହି ନିଷ୍ପତିରେ ନାଗା ଚୈତନ୍ୟଙ୍କ ପିତା ନାଗାର୍ଜୁନ ଇମୋସନାଲ ହୋଇ’ର୍ଦୁଭାଗ୍ୟଜନକ’ କହି ପୋଷ୍ଟ ସେୟାର କରିଛନ୍ତି ।
ସୂଚନାଯୋଗ୍ୟ , ଅଭିନେତ୍ରୀ ତାଙ୍କ ନାମ ସାମନ୍ଥା ଆକ୍କିନେନିରୁ ସାମନ୍ଥା ରୁଥ ପ୍ରଭୁ ପରିବର୍ତ୍ତନ କରିଛନ୍ତି। ଗତ କିଛଇିଦିନ ଧରି ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଭଲ ଚାଲି ନଥିଲା ।
ଯାହାକୁ ନେଇ ଖୁବ୍ ଶୀଘ୍ର ଦୁହେଁ ଛାଡପତ୍ର ନେବା କଥା ମଧ୍ୟ ଶୁଣିବାକୁ ମିଳୁଥିଲା । ଯାହା ଏବେ ଠିକ୍ ବୋଲି ପ୍ରମାଣିତ ହୋଇଛି ।





