Thursday, November 12, 2026
Home ଆଞ୍ଚଳିକ ଶାହରୁଖଙ୍କୁ ଭେଟିବାକୁ ଗଲେ ସଲମାନ୍

ଶାହରୁଖଙ୍କୁ ଭେଟିବାକୁ ଗଲେ ସଲମାନ୍

6

ନୂଆଦିଲ୍ଲୀ, ୦୪/୧୦/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତା ଶାହରୁଖ୍ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କୁ ଡ୍ରଗ୍ସ ମାମଲାରେ ଗିରଫ କରିଛି ଏନସିବି । ମଝି ସମୂନ୍ଦ୍ରରେ ଜାହାଜରେ ରେଭ୍ ପାର୍ଟି ସମୟରେ ଚଡାଉ କରିଥିଲା ଏନସିବି ।  ତେବେ ଆର୍ଯ୍ୟନଙ୍କ ସମେତ ଅନ୍ୟ କିଛି ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ଅନ୍ୟପଟେ ପୁଅ ଗିରଫ ହେବା ପରେ ତୁରନ୍ତ ଫିଲ୍ମ ସୁଟିଂ ବାତିଲ କରିଛନ୍ତି ଶାହରୁଖ୍ ଖାନ୍ । ତେବେ ସବୁଠାରୁ ଖାସ କଥା ହେଉଛି, ଶାହରୁଖ ଖାନଙ୍କୁ ସାନ୍ତ୍ୱନା ଦେବାକୁ ଭାଇଜାନ୍ ସଲମାନ, ମନ୍ନତରେ ପହଞ୍ଚିଥିବା ବେଳେ, ଉଭୟଙ୍କ ମଧ୍ୟରେ ଆର୍ଯ୍ୟନଙ୍କ ଗିରଫଦାରୀ ନେଇ ଆଲୋଚନା ହୋଇଥିବା ଶୁଣିବାକୁ ମିଳୁଛୁ ।

ଗତକାଲି ରାତି ୧୧.୩୦ ପାଖାପାଖି ସଲମାନ ଖାନ୍ ମନ୍ନତ ବାହାରେ ସ୍ପଟ ହୋଇଥିଲେ । ତାଙ୍କୁ ଦେଖିବା ପରେ ଫଟୋଗ୍ରାଫର ତାଙ୍କୁ ଘେରି ଯାଇଥିଲେ । ଏହାପରେ ସେମାନଙ୍କୁ ରାସ୍ତା ଛାଡିବାକୁ ଇସାରା କରିଥିଲେ ସଲମାନ୍ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ସୂଚନାଯୋଗ୍ୟ, ବଲିଉଡର କିଙ୍ଗ ଖାନ ଶାହାରୁଖ ଖାନଙ୍କ  ୨୩ ବର୍ଷୀୟ ପୁଅ ଆର୍ଯ୍ୟନ୍‌ ଡ୍ରଗ୍ସ କେସ୍‌ରେ  ଶନିବାର ରାତିରେ ଗିରଫ ହୋଇଥିଲେ । ୱିକେଣ୍ଡ ମସ୍ତିରେ ମସଗୁଲ୍ ହେବାକୁ ଯାଇ କ୍ରୁଜ୍ ଭିତରେ ଆୟୋଜିତ ଡ୍ରଗ୍ସ ପାର୍ଟି ମାମଲାରେ ତାଙ୍କୁ ଗିରଫ କରିଛି  ଏନସିବି ।