ବରଗଡ଼ରେ ଗୋବିନ୍ଦ କୁମ୍ଭାରଙ୍କ ହାଜତ ମୃତ୍ୟୁ ମାମଲା

4

ବରଗଡ, ୦୪/୧୦/୨୧ (ଜିଲ୍ଲା ଖବର) : ବରଗଡ଼ରେ ଗୋବିନ୍ଦ କୁମ୍ଭାରଙ୍କ ହାଜତ ମୃତ୍ୟୁ ମାମଲା । ହାଇକୋର୍ଟରେ ରୁଜୁ ହେଲା ଜନସ୍ୱାର୍ଥ ମାମଲା । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ମାମଲା ରୁଜୁ କରାଯାଇଛି। ଭାରତୀୟ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ସୂଚନା ଦେଇଛନ୍ତି।  ବରଗଡ ଟାଉନ ଥାନାର ଏସଆଇ ମଙ୍ଗଲ କିସୋ, ASI ପୀତାମ୍ବର ବେହେରା, କ୍ଷୀରୋଦ ବିଶ୍ଵାଳ ଓ ଜଗବନ୍ଧୁ ଜଗଦଳକ୍ଷ, ଗୃହରକ୍ଷୀ ଓ ଅନ୍ୟ ୩ ଜଣ ବ୍ୟକ୍ତି ବେଆଇନ ଭାବେ ଗୋବିନ୍ଦ କୁମ୍ଭାରଙ୍କୁ ଥାନାକୁ ଉଠାଇ ନେଇଥିଲେ । ପରେ ତାଙ୍କର ମୃତ୍ୟୁ ହୋଇଥିଲା ।

ପୋଲିସ ପିଟିପିଟି ହତ୍ୟା କରିଛି ବୋଲି ଅଭିଯୋଗ ହୋଇଥିଲା । ହେଲେ ସେମାନଙ୍କ ନାଁରେ ହତ୍ୟା ମାମଲା ରୁଜୁ କଲା ନାହିଁ ପୋଲିସ । ତୁରନ୍ତ ପୋଲିସ ବିରୁଦ୍ଧରେ ହତ୍ୟା ମାମଲା ୩୦୨/୩୦୪ ଓ ଆଦିବାସୀ ହରିଜନ ଆଇନ, ବେଆଇନ ଭାବେ ଅଧ ରାତ୍ରୀରେ ଘରେ ପଶି ଉଠାଇ ନେଇ ଥିବା ଯୋଗୁଁ ମାମଲା ରୁଜୁ ସହିତ CBI ତଦନ୍ତ କରିବା ପାଇଁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି ।

ଏହାସହ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବା ପାଇଁ ପ୍ରାର୍ଥନା କରାଯାଇଛି । ମାମଲାରେ ଗୃହ ସଚିବ, କେନ୍ଦ୍ର ସରକାର, ମୁଖ୍ୟ ଶାସନ ସଚିବ, ପ୍ରମୂଖ ସଚିବ ଗୃହ ବିଭାଗ ଓଡିଶା ସରକାର, DGP ODISHA, SUPERINTENDENT OF POLICE ବରଗଡ଼ ଓ IIC ଟାଉନ ଥାନା ବରଗଡ଼ଙ୍କୁ ପକ୍ଷଭୁକ୍ତ କରାଯାଇଛି ।