
କନ୍ଧମାଳ,୦୪/୧୦/୨୧ (ଜିଲ୍ଲା ଖବର) : କନ୍ଧମାଳ ଖଜୁରିପଡ଼ା ଆଇଆଇସିଙ୍କ ଦାଦାଗିରି । ହାଟ ପାଇଁ ଆସିଥିବା ବ୍ୟବସାୟୀଙ୍କୁ ମାଡ ମାରିଲେ । ଠେଲା ଗାଡିରେ ଥିବା ଗରମ ତେଲକୁ ମଧ୍ୟ ଫିଙ୍ଗି ଦେଲେ । ଗରମ ତେଲ ପଡ଼ି କିଛି ବ୍ୟବସାୟୀ ଓ ସାଧାରଣ ଲୋକ ଆହତ ହୋଇଛନ୍ତି । ଯେଉଁ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।
ସନ୍ଧ୍ୟା ୬ ଠାରେ ସାଧା ପୋଷାକରେ ଆସି ବ୍ୟବସାୟୀଙ୍କୁ ଧମକ ଦେଇଥିଲେ ଥାନା ଅଧିକାରୀ ରମାକାନ୍ତ ପାତ୍ର । ପରେ ବ୍ୟବସାୟୀ ଓ IICଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ମାଡ଼ ମାରିବା ସହ ଗରମ ତେଲ କଡ଼େଇକୁ ଫିଙ୍ଗି ଦେଇଥିଲେ ଖଜୁରିପଡ଼ା ଆଇଆଇସି ।
ଥାନା ଅଧିକାରୀଙ୍କ ଏପରି କାର୍ଯ୍ୟକୁ ବ୍ୟବସାୟୀ ଓ ସ୍ଥାନୀୟ ଲୋକେ ବିରୋଧ କରିବା ସହ ତୁରନ୍ତ ବଦଳି ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ବିଜେପି ରାଜ୍ୟ କାର୍ଯ୍ୟକାରେଣୀ ସଦସ୍ୟ ଭଗବାନ ମହାନ୍ତି ମଧ୍ୟ ଘଟଣାକୁ ଦୃଢ଼ ବିରୋଧ କରିବା ସହ ତୁରନ୍ତ ଥାନା ଅଧିକାରୀଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ।



