
୦୪/୧୦/୨୧ (ଜିଲ୍ଲା ଖବର) : ବଙ୍ଗୋପ ସାଗରରେ ଉତ୍ତର-ଦକ୍ଷିଣ ନିମ୍ନ ଚାପରେଖା ଓଡିଶା ପର୍ଯ୍ୟନ୍ତ ଲମ୍ବିଛି। ଫଳରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ଓଡିଶାର ଉପକୂଳବର୍ତ୍ତୀ ଓଡିଶାର କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡିକ ମଧ୍ୟରେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ନୟାଗଡ ଗଞ୍ଜାମ, ଗଜପତି, ରହିଛି ।
ଏହି ଜିଲ୍ଲା ଗୁଡିକରେ ବର୍ଷା ହେବାକୁ ଥିବା ବେଳେ ଗୋଟିଏ ଦୁଇଟି ଜିଲ୍ଲାରେ ବଜ୍ରପାତର ଆଶଙ୍କା ରହିଛି । ଉପରୋକ୍ତ ଜିଲ୍ଲାଗୁଡିକୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ପ୍ରଥମ ତିନି ଦିନରେ ଆକଳନ ଠାରୁ କମ ବର୍ଷା ହୋଇଥିବା ବେଳେ ଅକ୍ଟୋବର ମାସରେ ମଧ୍ୟ ନିଅଣ୍ଟିଆ ବର୍ଷା ହେବା ନେଇ ପାଣିପାଗ ବିଶେଷଜ୍ଞ ଆଶଙ୍କା ପ୍ରକାଶ କରିଛନ୍ତି।


