
ଗଜପତି,୦୪/୧୦/୨୧ (ଜିଲ୍ଲା ଖବର) : ଟ୍ରକରୁ ୨୦ କୁଇଣ୍ଟାଲ୍ ଗଂଜେଇ ଜବତ, ଦୁଇ ଗିରଫ । ଗଜପତି ଜିଲ୍ଲା ଅଡବା ପୋଲିସକୁ ମିଳିଛି ବଡ଼ ସଫଳତା । ଅଡବା ପୋଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ ମନ୍ଦ୍ରକ୍ଷବାଜୁ ଛକ ନିକଟରେ ଗୋଟିଏ ଟ୍ରକରୁ ୭୦ ବସ୍ତା ଗଞ୍ଜେଇ ଜବତ କରିଥିଲା।
ଘଟଣା ସ୍ଥଳରୁ ଟ୍ରକ ଟିକୁ ଅଡବା ପଲିସ୍ ଜବତ କରିବା ସହ ଗଂଜେଇ ଚୋରା ଚାଲାଣ ଅଭିଗଯୋଗରେ ଟ୍ରକର ଡ୍ରାଇଭର ଓ ହେଲପରକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଉତ୍ତରପ୍ରଦେଶ ଆଲିଗଡ଼ ଅଞ୍ଚଳର ରାଜୁ ସିଂ ଏବଂ ରବି ସିଂ । ଉକ୍ତ ଗଂଜେଇ ଅଡବା ଅଂଚଳ ରୁ ଉତ୍ତରପ୍ରଦେଶ କୁ ଚାଲାଣ ହେଉଥିବାବେଳେ ତାହାର ଆନୁମାନିକ ବଜାର ମୂଲ୍ୟ ଏକ କୋଟିରୁ ଉର୍ଦ୍ଧ ହେବ ବୋଲି ସୂଚନା ଦେଇଛନ୍ତି ଆର ଉଦୟଗିରି ଏସଡିପିଓ ଦିଲ୍ଲୀପ କୁମାର ନାୟକ ।



