Thursday, November 12, 2026
Home ଆଞ୍ଚଳିକ ପୁଅ-ବୋହୂଙ୍କ ଅଲଗା ହେବା ପରେ ଇମୋସନାଲ୍ ପୋଷ୍ଟ ଲେଖିଲେ ନାଗାର୍ଜୁନ

ପୁଅ-ବୋହୂଙ୍କ ଅଲଗା ହେବା ପରେ ଇମୋସନାଲ୍ ପୋଷ୍ଟ ଲେଖିଲେ ନାଗାର୍ଜୁନ

15

ନୂଆଦିଲ୍ଲୀ,୦୪/୧୦/୨୧ (ଜିଲ୍ଲା ଖବର) : ନାଗା ଚୈତନ୍ୟ ଓ ସାମନ୍ଥା ସେମାନଙ୍କ ଛାଡପତ୍ର ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ବିବାହର ମାତ୍ର ୪ ବର୍ଷ ପରେ ଦୁହେଁ ଅଲଗା ହେବାର ନିଷ୍ପତି ନେଇଛନ୍ତି  । ତେବେ ପୁଅ-ବୋହୂଙ୍କ ଏପରି ନିଷ୍ପତିରେ ଭାଙ୍ଗି ପଡିଛନ୍ତି ନାର୍ଗାଜୁନ୍ ।

ନାଗା ଚୈତନ୍ୟ ଏବଂ ସାମନ୍ଥା ସେମାନଙ୍କ ସମ୍ପର୍କକୁ ନେଇ ଟ୍ୱିଟ୍ କରି କହିଛନ୍ତି- ‘ବହୁ ଚିନ୍ତା କରିବା ପରେ, ଆମେ ଦୁହେଁ ନିଷ୍ପତ୍ତି ନେଇଛୁ ଯେ ଆମେ ସ୍ୱାମୀ-ସ୍ତ୍ରୀ ଭାବରେ ପରସ୍ପରଠାରୁ ଅଲଗା ହୋଇ ନିଜ ପଥ ବାଛିବୁ। ଆମେ ଭାଗ୍ୟବାନ ଯେ ଆମର ଏକ ଦଶନ୍ଧିରୁ ଅଧିକ ଦିନ ବନ୍ଧୁତା ଥିଲା, ଯାହା ଆମର ସମ୍ପର୍କର ଏକ ମୁଖ୍ୟ ଭାଗ ଥିଲା। ଆମେ ଅନୁଭବ କରୁଛୁ , ଆମର ବନ୍ଧୁତା ଆଗକୁ ବି ନିବିଡ ରହିବ । ଆମେ ଆମର ପ୍ରଶଂସକ, ଗଣମାଧ୍ୟମ ଏବଂ ଶୁଭେଚ୍ଛୁମାନଙ୍କୁ ଏହି ସମୟରେ ଆମକୁ ଏକୁଟିଆ ଛାଡିବାକୁ ଅନୁରୋଧ କରୁଛୁ । ଯାହା ଦ୍ୱାରା କି ଆମେ ଆଗକୁ ବଢିପାରିବୁ।’

ବର୍ତ୍ତମାନ ନାଗାର୍ଜୁନ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଲେଖିଛନ୍ତି – ଅତି ଦୁଃଖର ସହ ମୁଁ ଏହି ପୋଷ୍ଟକୁ ଲେଖୁଛି । ସାମ୍ ଏବଂ ଚୈ ମଧ୍ୟରେ ଯାହା ଘଟିଲା ତାହା ଦୁର୍ଭାଗ୍ୟଜନକ। ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଯାହା ଘଟେ ତାହା ଅତ୍ୟନ୍ତ ବ୍ୟକ୍ତିଗତ। ମୋ ପରିବାର ସାମ୍ ସହିତ ବିତାଇଥିବା ସମସ୍ତ ମୁହୂର୍ତ୍ତକୁ ଉପଭୋଗ କରିବେ ଏବଂ ସେ ସର୍ବଦା ମୋ ହୃଦୟରେ ରହିବେ। ଭଗବାନ ଉଭୟଙ୍କୁ ସେମାନଙ୍କୁ ମଜବୁତ କରନ୍ତୁ।