Thursday, November 12, 2026
Home ଆଞ୍ଚଳିକ ଶାହାରୁଖ ଖାନଙ୍କ ପୁଅଙ୍କୁ ବଡ ଆଶ୍ୱସ୍ତି

ଶାହାରୁଖ ଖାନଙ୍କ ପୁଅଙ୍କୁ ବଡ ଆଶ୍ୱସ୍ତି

21

ମୁମ୍ବାଇ, ୦୪/୧୦/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତା ଶାହରୁଖ୍ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କୁ ମିଲିଲା ବଡ ଆଶ୍ୱସ୍ତି । ଏନସିବି ପ୍ରକାଶ କରିଛି ଯେ, କର୍ଡେଲିଆ କ୍ରୁଜ୍ ଡ୍ରଗ୍ସ ମାମଲାରେ ସେ ତାଙ୍କ ରିମାଣ୍ଡ ଅବଧି ବଢାଇବନି । ଖବର ଅନୁଯାୟୀ, ରବିବାର ଦିନ  କୋର୍ଟ ତାଙ୍କୁ ଏନସିବି ହେପାଜତକୁ ପଠାଇ ଦେଇଛନ୍ତି । ଆଜି ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଯିବା ବେଳେ, ତାଙ୍କ ଓକିଲୋ ତାଙ୍କର ଜାମିନ୍ ଆବେଦନ୍ କରିବେ ।

ସୂଚନାଯୋଗ୍ୟ : ଡ୍ରଗ୍ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଆର୍ଯ୍ୟନ୍ ଖାନଙ୍କ ବ୍ୟତୀତ ତାଙ୍କ ବନ୍ଧୁ ଅରବାଜ ମର୍ଚାଣ୍ଟ ଏବଂ ଅନ୍ୟ ଜଣେ ଅଭିଯୁକ୍ତ ମୁମୁନ ଧାମଚାଙ୍କୁ ଏନସିବି ଅଧିକାରୀମାନେ ଗିରଫ କରିଛନ୍ତି । ଏନସିବି ଏକ ବିବୃତ୍ତିରେ କହିଛି ଯେ ଏହି ତିନି ଅଭିଯୁକ୍ତଙ୍କୁ ଆଜି କୋର୍ଟରେ ହାଜର କରାଯିବ । ଅବଶିଷ୍ଟ ୫ ଅଭିଯୁକ୍ତ ନୁପୁର ସତୀଜା, ଇଶ୍ମିତ ସିଂ ଚାଧା, ମୋହକ ଜୈସୱାଲ, ଗୋମିତ ଚୋପ୍ରା ଏବଂ ବିକାଶ ଚୋକରଙ୍କୁ ରବିବାର ଗିରଫ କରାଯାଇଛି ।