
ନୂଆଦିଲ୍ଲୀ, ୦୪/୧୦/୨୧ (ଜିଲ୍ଲା ଖବର) : ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ବଲିଉଡ ଅଭିନେତ୍ରୀ ସୋନମ୍ କପୁର । ସବୁବେଳେ ସେ କିଛି ନାଁ କିଛି ଫଟୋ ସେୟାର କରି ଫ୍ୟାନ୍ସଙ୍କ ଦୃଷ୍ଟି ଆକର୍ଷଣ କରନ୍ତି । ତେବେ ନିକଟରେ ସୋନମ କପୁର ତାଙ୍କର ପୋଷାକକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି ।
ସୋନମ ତାଙ୍କ ଇନଷ୍ଟାଗ୍ରାମରେ ତାଙ୍କର ଫଟୋସୁଟର ଫଟୋ ସେୟାର କରିଛନ୍ତି । ଏଥିରେ ସେ ଧଳା ରଙ୍ଗର ପୋଷାକ ପିନ୍ଧିଥିବା ନଜର ଆସୁଛନ୍ତି । ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ତେବେ ତାଙ୍କର ଏହି ଧଳା ରଙ୍ଗର ପୋଷାକରେ ଗୋଟେ ନାରୀର ଶରୀରର ଫଟୋ ରହିଛି । ଏହା ସହିତ ସୋନମ୍ ତାଙ୍କର କେଶକୁ ଉପରେ ବାନ୍ଧି ଦେଇଛନ୍ତି । ଏହା ସହିତ ଲାଲ୍ ଲିପଷ୍ଟିକ୍ ଓ କାନଫୁଲ । ତାଙ୍କର ଏହି ଲୁକ ଦେଖି ବେଶ ଆଶ୍ଚର୍ଯ୍ୟ ହେଉଛନ୍ତି ଫ୍ୟାନ୍ସ । କେହି କେହି ଏହାକୁ ପସନ୍ଦ କରୁଥିବା ବେଳେ, କେହି କେହି ଏହାକୁ ନେଇ ଟ୍ରୋଲ କରୁଛନ୍ତି ।
ଜଣେ ୟୁଜର ଲେଖିଛନ୍ତି ଯେ, ରାତିରେ ଏହାକୁ ଦେଖିଲେ ଭୟ ଲାଗିବ । ଅନ୍ୟଜଣେ ଲେଖିଛନ୍ତି, ଡ୍ରାମେବାଜ୍ । ଠିକ୍ ଏହିପରି ସମସ୍ତେ ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ।


