ଆଠଗଡ ଗୁରୁଡିଝାଟିଆ ଟିକାକେନ୍ଦ୍ରରେ ପ୍ରବଳ ଭିଡ

4

କଟକ,୦୪/୧୦/୨୧ (ଜିଲ୍ଲା ଖବର) :  ଟିକା ପାଇଁ ଉତ୍ତେଜନା । ଆଠଗଡ଼ ବ୍ଲକର ଗୁରୁଡିଝାଟିଆ ପ୍ରାଥମିକ ସ୍ୱାସ୍ଥ୍ୟ  କେନ୍ଦ୍ରର ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ସ୍ୱାସ୍ଥ୍ୟ କେନ୍ଦ୍ରର କର୍ତ୍ତୃପକ୍ଷଙ୍କ ଅବ୍ୟବସ୍ଥା ପାଇଁ ଏଭଳି ଅବସ୍ଥା ଥରେ ନୁହେଁ  ବରଂ ବାରମ୍ବାର ଦେଖିବାକୁ ମିଳୁଥିବା ଦେଖିବାକୁ ମିଳିଛି ।

ସକାଳୁ ସକାଳୁ  ଲୋକଙ୍କ ଗହଳି ଟିକା କେନ୍ଦ୍ରରେ ହେଲେ ଟିକା ନପାଇ  ନିଜ ନିଜ ଭିତରେ ଲୋକେ ଠେଲା ପେଲା ହୋଇଥିବା ଦେଖିବାକୁ ମିଳିଛି । ଡାକ୍ତରଖାନାରେ ମାତ୍ର 120 ଟିକା ଆସିଥିବା ବେଳେ, ଶହ ଶହ ଲୋକ ଭିଡ଼ ଲଗାଇଛନ୍ତି ।