Sunday, November 15, 2026
Home ଆଞ୍ଚଳିକ ପୁତ୍ର ସନ୍ତାନର ମା’ ହେଲେ ନେହା

ପୁତ୍ର ସନ୍ତାନର ମା’ ହେଲେ ନେହା

14

ନୂଆଦିଲ୍ଲୀ,୦୪/୧୦/୨୧ (ଜିଲ୍ଲା ଖବର) : ଦ୍ବିତୀୟ ସନ୍ତାନର ମା’ ହେଲେ ନେହା ଧୁପିଆ । ତାଙ୍କ ଘରକୁ ଆସିଲେ ନୂଆ କୁନି ସଦସ୍ୟ । ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ନେହା ଧୁପିଆଙ୍କ ସ୍ବାମୀ ଅଙ୍ଗଦ ବେଦୀ ।

ଇନଷ୍ଟାଗ୍ରାମରେ ସେ ନେହାଙ୍କ ସହିତ ତାଙ୍କର ଫଟୋ ସେୟାର କରିଛନ୍ତି । ଏହା ସହିତ କ୍ୟାପ୍ସନରେ ତାଙ୍କ ଘରକୁ କୁନି ଅତିଥି ଆସିଥିବା କଥା ଲେଖିଛନ୍ତି  । ଏହା ସହିତ ସେ ଏକଥା ମଧ୍ୟ ଲେଖିଛନ୍ତି  ଯେ, ଆଜି ଭଗବାନ ଆମକୁ ଏକ ପୁତ୍ର ସନ୍ତାନ ଦେଇଛନ୍ତି । ଉଭୟ ମା’ ଛୁଆ ଭଲ ଅଛନ୍ତି ।

ପ୍ରକାଶ ଖାଉକି, ନେହା ଧୁପିଆ ଏବଂ ଅଙ୍ଗଦ ବେଦୀ କିଛି ମାସ ପୂର୍ବରୁ ପୁଣି ଥରେ ବାପା-ମା’ ହେବାକୁ ଯାଉଥିବା ନେଇ ଘୋଷଣା କରିଥିଲେ। ଏକ ଫ୍ୟାମିଲି ଫଟୋ ସେୟାର କରି ଉଭୟ କହିଥିଲେ ଯେ ଶୀଘ୍ର ସେମାନେ ତିନିରୁ ଚାରି ହେବାକୁ ଯାଉଛନ୍ତି। ଉଭୟଙ୍କ ପରିବାର ଏବଂ ପ୍ରଶଂସକମାନେ ମଧ୍ୟ ଏହି ଖବରରେ ବେଶ ଖୁସି ଥିଲେ ।

୨୦୧୮ରେ ନେହା ଏବଂ ଅଙ୍ଗଦ ବିବାହ କରିଥିଲେ। ଦିଲ୍ଲୀର ଏକ ଗୁରୁଦ୍ୱାରରେ ଉଭୟ ସିକ୍ରେଟ ରୂପେ ବିବାହ କରିଥିଲେ। ତାଙ୍କ ବିବାହରେ ଉଭୟଙ୍କ ପରିବାର ଲୋକେ ଏବଂ ଘନିଷ୍ଠ ବନ୍ଧୁବାନ୍ଧବମାନେ ହିଁ  ସାମିଲ ହୋଇଥିଲେ ।