
ଗଞ୍ଜାମ,୦୪/୧୦/୨୧ (ଜିଲ୍ଲା ଖବର) : ବିଭିନ୍ନ ଦାବିକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ପୌର ଅସ୍ଥାୟୀ କର୍ମଚାରୀ ସଂଘ । ଗଞ୍ଜାମ ଜିଲ୍ଲା ପୋଲସରା ସ୍ଥିତ ତହସିଲ କାର୍ଯ୍ୟାଳୟରୁ ଏକ ବିରାଟ ରାଲିରେ ବାହାରି ସ୍ଥାନୀୟ ମା ରତନୀ ଠାକୁରାଣୀ ମନ୍ଦିର ଯାଏଁ ଏକ ସମାବେଶର ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଅସ୍ଥାୟୀ ପୌର କର୍ମଚାରୀ ମାନଙ୍କର ସ୍ଥାୟୀ ନିଯୁକ୍ତି ଏବଂ ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରଯାଇଥିଲା ।
ଦୀର୍ଘ ୨୫ ବର୍ଷ ଧରି ଅସ୍ଥାୟୀ ଭାବେ କାର୍ଯ୍ୟରତ ଥିବା କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି କରିବା ପାଇଁ ଦୃଢ ଦାବି କରିଛି ସଂଘ । ଗଞ୍ଜାମ ଜିଲ୍ଲା ପୌର ଅସ୍ଥାୟୀ କର୍ମଚାରୀ ସଙ୍ଘ । ଯଦି ଆଗାମୀ ଦିନରେ ସଂଘର କୌଣସି ଦାବି ପୁରଣ ନହୁଏ ତାହାଲେ ରାଜରାସ୍ତାକୁ ଓହ୍ଲାଇବ ବୋଲି ସଙ୍ଘ ନିଷ୍ପତ୍ତି କରିଛି ।


