Monday, November 16, 2026
Home ଆଞ୍ଚଳିକ ଅନ୍ତର୍ଯ୍ୟାମୀ ବିଶ୍ଵାଳଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳିତ

ଅନ୍ତର୍ଯ୍ୟାମୀ ବିଶ୍ଵାଳଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳିତ

19

ବେଗୁନିଆପଡ,୦୩.୧୦.୨୦୨୧( ଜ଼ିଲ୍ଲା ଖବର ):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ପଞ୍ଚାୟତ ର ଭାଲିଆଝର ଠାରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସ୍ଵର୍ଗତ ଅନ୍ତର୍ଯ୍ୟାମୀ ବିଶ୍ଵାଳଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଆଜି ନିରାଡମ୍ବର ସହକାରେ ପାଳିତ ହୋଇଯାଇଛି । ଦକ୍ଷିଣ ଓଡିଶା ସାହିତ୍ଯ ସମ୍ମିଳନୀର ମହାସଚିବ ତଥା ‘ଘଡ଼ଘଡ଼ି’ର ସମ୍ପାଦକ ଦଣ୍ଡପାଣି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଅବସର ପ୍ରାପ୍ତ ଶିକ୍ଷକ ସୁବାଷ ଚନ୍ଦ୍ର ବିଶ୍ବାଳ, ଗୌରକିଶୋର ମହାରଣା, ଜୟସେନ ବିଶୋଇ,ସମାଜସେବୀ ବସନ୍ତ କୁମାର ବାରିକ, ପ୍ରଦୀପ କୁମାର ବିଶ୍ଵାଳ, ଶିକ୍ଷକ ସୁଧୀର କୁମାର ବେହେରା, ପ୍ରକାଶ ଚନ୍ଦ୍ର ଭୂୟାଁ, କୃଷ୍ଣଚନ୍ଦ୍ର ଦୋରା, ପଙ୍କଜ କୁମାର ବେହେରା ସମେତ ଅନ୍ୟମାନେ ଉପସ୍ଥିତ ରହିବା ସ୍ଵର୍ଗତ ଶ୍ରୀ ବିଶ୍ଵାଳଙ୍କ ସ୍ମୃତି ଚାରଣ କରିଥିଲେ । ଉପସ୍ଥିତ ବ୍ୟକ୍ତିବିଶେଷମାନେ ଅନ୍ତର୍ଯ୍ୟାମୀ ବିଶ୍ଵାଳଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ଯ ଅର୍ପଣ ସହ ଏକ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । ସ୍ଵର୍ଗତ ଶ୍ରୀ ବିଶ୍ଵାଳଙ୍କ ତିନି ପୁତ୍ର ଅନିଲ କୁମାର ବିଶ୍ଵାଳ, ସୁନୀଲ କୁମାର ଏବଂ ସୁଶିଲ କୁମାର ସମେତ ତାଙ୍କର ସମସ୍ତ ପରିବାରବର୍ଗ ଓ ଆତ୍ମୀୟସ୍ଵଜନ ମାନେ ଉପସ୍ଥିତ ରହିବା ସହ ସ୍ମୃତିଚାରଣ ମଧ୍ଯ କରିଥିଲେ । ଗତ ବର୍ଷ ୧୪.୧୦.୨୦୨୦ ରିଖରେ ସ୍ଵର୍ଗତ ବିଶ୍ଵାଳଙ୍କ ଅକସ୍ମାତ ଦେହାନ୍ତ ହୋଇଥିଲା ।