Thursday, November 12, 2026
Home ଆଞ୍ଚଳିକ ସ୍ୱାଧୀନତାର ଅମ୍ରୁତ ମହୋତ୍ସବ

ସ୍ୱାଧୀନତାର ଅମ୍ରୁତ ମହୋତ୍ସବ

45

ଜଟଣୀ ,୦୩/୧୦(ଜିଲ୍ଲା ଖବର):- ଜଟଣୀ ପୌରପରିଷଦ କର୍ମୀ ଉତ୍ସାହ ସହକାରେ ପାଳିତ କରିଛନ୍ତି ସ୍ୱାଧୀନତାର ଅମ୍ରୁତ ମହୋତ୍ସବ । ୱାଡକୁ ୱାଡ ବୁଲି ସ୍ୱଚ୍ଛସାଥୀ,ସ୍ୱଚ୍ଛ ସୁପରଭାଇଜର,ସାନିଟେସନ୍ ସୁପର ଭାଇଜର ସ୍ୱଚ୍ଛତା ପଖୱାଡା କୁ ସଫଳ ତ୍ୱରାନ୍ୱିତ କରିବା ସହ ସ୍ୱଚ୍ଛତା ଉପରେ ପ୍ରଚାର ପ୍ରସାର ମଧ୍ଯ କରିଥିଲେ । ଉକ୍ତ ଉତ୍ସବରେ ଜଟଣୀ ପୌରପରିଷଦର ପୌରନିର୍ବାହୀ ଅଧିକାରୀ ଦିଲିପ୍ କୁମାର ମହାନ୍ତି ପୌରୋହିତ୍ଯ କରିଥିବା ବେଳେ ଖୋର୍ଦ୍ଧା ଏଡିଏମ୍ ମନୋଜ କୁମାର ପାଢୀ,ଡୁଡା ର ପ୍ରକଳ୍ପ ନିର୍ଦ୍ଦେଶକ ଦିଗନ୍ତ ରାଉତରାୟ ଯୋଗଦେଇଥିଲେ |
ରିପୋର୍ଟ: ସଞ୍ଜୀବ କୁମାର