Monday, November 16, 2026
Home ଆଞ୍ଚଳିକ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆଜି ତା ୦୩.୧୦.୨୦୨୧ ରେ ସ୍ୱଚ୍ଛ ଓଡ଼ିଶା,...

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆଜି ତା ୦୩.୧୦.୨୦୨୧ ରେ ସ୍ୱଚ୍ଛ ଓଡ଼ିଶା, ସ୍ବାସ୍ଥ୍ୟ ଓଡ଼ିଶା ର ଅଭିଯାନ ଆରମ୍ଭ ହୋଇଯାଇଛି

27

ବ୍ରହ୍ମପୁର,୦୩/୧୦(ଜିଲ୍ଲା ଖବର): ବ୍ରହ୍ମପୁର ମହାନଗର ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ଅଜିତ୍ କୁମାର ପଣ୍ଡାଙ୍କ ସଭାପତିତ୍ବରେ ବ୍ରହ୍ମପୁର ବଡ ମେଡିକାଲର ଆଶୁ ଚିକିତ୍ସା ବିଭାଗ ଏବଂ ରକ୍ତ ଦାନ କେନ୍ଦ୍ରରେ ସଫେଇ ଅଭିଯାନ ଆରମ୍ଭ ହୋଇଛି। ଏଥିରେ ମାନ୍ୟବର ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା ଯୋଗ ଦେଇ କାର୍ଯ୍ୟକୁ ତ୍ଵରାନିତ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ତଥା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସ୍ବପ୍ନକୁ ପୂରଣ କରିବାକୁ ଆହ୍ବାନ ଦେଇଛନ୍ତି। ଏହି ଅଭିଯାନରେ ଯୋଗ ଦେଇଥିଲେ ବିଜୟ ସାମଲ, ସୁବାଷ ମହାରଣା, ଜ୍ୟୋତିରଂଜନ ସାହୁ, ଶୋଭନ ନାୟକ, ସୂର୍ଯ୍ୟକାନ୍ତ ସୁବୁଦ୍ଧି, ନେତାଜୀ ପାତ୍ର, ଧୀରେଶ ସାବତ, ମଧୁସୂଦନ ରାଓ, ଦୁର୍ଗା ଲାୟକ, ରବୀନ୍ଦ୍ର ମିଶ୍ର, ତେଜ୍ ସ୍ବାମୀ, ଜିତୁ ସାହୁ, ସିମାଞ୍ଚଳ ସାହୁ, ନଳିନୀ କାନ୍ତ ଦେବଦର୍ଷି, ମୁନ୍ନା ରେଡ୍ଡୀ, ଏ. ଏଙ୍କିଡି ପାତ୍ର, ସଂଘମିତ୍ରା ଦଳେଇ, ସୋନାଲି ଗନ୍ତାୟତ, ପି ଆଶାରାଣୀ, ସସ୍ମିତା ସାହୁ, ଲକ୍ଷ୍ମୀ ପାଢ଼ୀ, ଉମା ମିଶ୍ର, ଟି ପ୍ରେମଞ୍ଜଳୀ, ସୁରେନ୍ଦ୍ର ମହାରଣା, ରବୀନ୍ଦ୍ର ସାହୁ, କୈଳାସ ବିଷୋୟୀ, ଶୂନ୍ୟ ଦାସ, ମଳୟ ବିଷୋୟୀ, ଏବଂ ମହାନଗରର ବିଜୁ ଯୁବ ଜନତା ଦଳ, ବିଜୁ ଛାତ୍ର ଜନତା ଦଳ, ବିଜୁ ଜନତା ଦଳ ଏବଂ ବିଜୁ ମହିଳା ଜନତା ଦଳର ଅନେକ ନେତା, କାର୍ଯ୍ୟକର୍ତ୍ତା, ଏବଂ ସାମାଜିକ କର୍ମୀ ଯୋଗ ଦେଇଥିଲେ ଏବଂ ସମସ୍ତେ ହୃଦୟର ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ତଥା ଅଭିଯାନକୁ ପୂରଣ କରିବା ଦିଗରେ ତପ୍ତରତା ପ୍ରଦର୍ଶନ କରିଛନ୍ତି।
ରିପୋର୍ଟ : କୁନା ମିଶ୍ର