Tuesday, November 17, 2026
Home ଆଞ୍ଚଳିକ ଅକ୍ଟୋବର 2 ରୁ ଆୟୁଷ ଡାକ୍ତର ସଂଘର ଅସହଯୋଗ ଆନ୍ଦୋଳନ ଚେତାବନୀ

ଅକ୍ଟୋବର 2 ରୁ ଆୟୁଷ ଡାକ୍ତର ସଂଘର ଅସହଯୋଗ ଆନ୍ଦୋଳନ ଚେତାବନୀ

19

୦୩/୧୦(ଜିଲ୍ଲା ଖବର): ସୋମବାର ଜିଲ୍ଲାର ପିଏଚସି ଓ ସିଏଚସିରେ କାର୍ଯ୍ୟରତ ଆୟୁଷ ଡାକ୍ତ ର ମାନେ ଅଲଓଡିଶା ଆୟୁଷ ଡ଼କ୍ଟର୍ସ ଆଶ୍ସୋସିଏସନ ବ୍ରହ୍ମପୁର ଶାଖା ତରଫରୁ ଜିଲ୍ଲାପାଳ ଓ ମୁଖ୍ୟ ଚିକିତ୍ସା ଧିକାରୀଙ୍କୁ ସେମାନଙ୍କ ସ୍ଥାୟୀ ନିଯୁକ୍ତି ଦାବୀ କରି ଏକ ଦାବୀପତ୍ର ପ୍ରଦାନ କରିଛନ୍ତି |2007 ମସିହାରୁ ଜିଲ୍ଳାରେ 72 ଜଣ ଓ ସାରା ରାଜ୍ୟରେ 1155 ଜଣ ଆୟୁଷ ଡାକ୍ତର ବିଭିନ୍ନ ପିଏଚସି ଓ ସିଏଚସିରେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଚୁକ୍ତି ଭିତରେ କାର୍ଯ୍ୟ କରୁଛନ୍ତି କିନ୍ତୁ ଦୀର୍ଘ 14 ବର୍ଷ ପରେବି ସରକାର ସେମାନଙ୍କୁ ନିୟମିତ କରୁନାହାନ୍ତି |ରାଜ୍ୟ ସଂଘ ତରଫରୁ ସେପ୍ଟେମ୍ବର 15 ତାରିଖରେ ଏନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବି ପାତ୍ର ପ୍ରଦାନ କରାଯାଇଛି |ଯଦି ଆସନ୍ତା 30 ତାରିଖ ସୁଦ୍ଧା ଦାବି ପୂରଣ ନହୁଏ ତେବେ ପ୍ରତିବାଦ ସୁରୂପ ଅକ୍ଟୋବର 2 ତାରିଖ ଦିନ ଗାନ୍ଧୀଜୟନ୍ତୀ ସାରା ରାଜ୍ୟରେ ଅନିଧରିଷ୍ଟ କାଳ ପାଇଁ ଅସହଯୋଗ ଆନ୍ଦୋଳନ କରାଯିବ ବୋଲି ସଂଘ ତରଫରୁ ଚେତାବନୀ ଦିଆଯାଇଛି |2019 ସାଧାରଣ ନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଥିବା ପାରାମେଡିକ୍ସ ମାନଙ୍କୁ ନିୟମିତ କରାଯାଇଥିଲା |ଏହିସମୟର ଆୟୁଷ ଡାକ୍ତରମାନଙ୍କୁ ନିୟମିତ କରାଯିବା ନେଇ ଆଶ୍ୱାସନା ଦିଆଯାଇଥିଲା |ମାତ୍ର ତାହା କାଯ୍ୟକାରୀ ହୋଇପାରି ନାହିଁ |ବନ୍ୟା ବାତ୍ୟା ହେଉ ଅବା କୋଭିଡ ମହାମାରୀ ସମୟରେ ଆୟୁଷ ଡାକ୍ତର ମାନେ ରୋଗୀ ସେବାରେ କଦାପି ଅବହେଳା କରିନାହାନ୍ତି |ବିଶେଷକରି ପଂଚାୟତ ସ୍ତରରେ ସ୍ୱାସ୍ଥ୍ୟ ସେବାର ଉନ୍ନତି ଆଣିବାରେ ଆୟୁଷ ଡାକ୍ତର ଭୂମିକା ଉଲ୍ଲେଖନୀୟ |ଏହା ସତ୍ତ୍ୱେ ସେମାନଙ୍କୁ ଅଣଦେଖା କରାଯାଇଛି |ତେଣୁ ରାଜ୍ୟ ସରକାର ସ୍ଥାୟୀ ନିଯୁକ୍ତି ପାଇଁ ପଦକ୍ଷେପ ଗ୍ରହଣ ନ କଲେ ଡାକ୍ତରମାନେ ଅସହଯୋଗ କରିବେ ବୋଲି ସଂଘର ସଭାପତି ଡା ଗତିକୃଷ୍ଣ ପଣ୍ଡା ଜଣାଇଛନ୍ତି |
ରିପୋର୍ଟ : କୁନା ମିଶ୍ର