
ନବରଙ୍ଗପୁର, ୦୩/୧୦/୨୧ (ଜିଲ୍ଲା ଖବର) : ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ଫୁଟାନଡା CRPF କ୍ୟାମ୍ପରେ ଅଘଟଣ । ନିଜ ସର୍ଭିସ ରିଭଲବରରୁ ନିଜକୁ ଗୁଳି କରି ଯବାନଙ୍କ ଆତ୍ମହତ୍ୟା ।
ଯବାନଙ୍କ ନାମ ଡି ଗୋବର୍ଦ୍ଧନ, ସେ ଧରେୟାପୁର ଗ୍ରାମ, ନିଜାମାବାଦ ଜିଲ୍ଲା ତେଲେଙ୍ଗାନା ରାଜ୍ୟର ବୋଲି ପରିଚୟ ମିଳିଛି । ସେ ରୋଲ କଲ୍ ଥିବା ସମୟରେ ଆତ୍ମହତ୍ୟା କରିଛନ୍ତି ।
ଘଟଣା ସମ୍ପର୍କରେ ରାଇଘର ପୋଲିସକୁ ଜଣାଇବା ପରେ ରାଇଘର ତହସିଲଦାର , ଅତିରିକ୍ତ ତହସିଲଦାର, ଆଇଆଇସି ପ୍ରମୁଖ କ୍ୟାମ୍ପରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରାଇଘର ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି । ତେବେ ସେ କେଉଁ କାରଣରୁ ମୃତ୍ୟୁରକାରଣ କରିଛନ୍ତି ତାହା ଜଣାପଡିନାହିଁ ।



