Thursday, November 12, 2026
Home ଆଞ୍ଚଳିକ ଆସିଲା ଅଷ୍ଟମ ରାଉଣ୍ଡ ଫଳାଫଳ

ଆସିଲା ଅଷ୍ଟମ ରାଉଣ୍ଡ ଫଳାଫଳ

14

୦୩/୧୦/୨୧ (ଜିଲ୍ଲା ଖବର) : ପୁଣି ଅଷ୍ଟମ ରାଉଣ୍ଡରେ ଆଗରେ ରହିଛି ବିଜେଡି। ଗୋଟିଏ ପରେ ଗୋଟିଏ ରାଉଣ୍ଡରେ ବିଜେଡି ଆଗକୁ ମାଡି ଚାଲିଛି। ଅଷ୍ଟମ ରାଉଣ୍ଡ ସୁଦ୍ଧା ବିଜେଡି ୩୧,୪୫୭ ଭୋଟ ଆପଣାଇସାରିଲାଣି। ସେହିପରି ବିଜେପି ୨୨,୬୦୧ ଖଣ୍ଡ ଭୋଟ ନିଜର କରିସାରିଛି । ଏବଂ କଂଗ୍ରେସକୁ  ୨,୧୨୨ଖଣ୍ଡ ଭୋଟ ମିଳିଛି। ପିପିଲି ଉପନିର୍ବାଚନ ଭୋଟ ଗଣତି ଚାଲିଛି। କିଏ ଜିତିବ କିଏ ହାରିବ ତାହା ଆଜି ସନ୍ଧ୍ୟା ସୁଦ୍ଧା ଜଣାପଡ଼ିଯିବ।

ସପ୍ତମ ରାଉଣ୍ଡ ସୁଦ୍ଧା…

ପିପିଲିରେ ଚାଲିଛି କଡା ଫାଇଟ। ବିଜେଡି ଏବଂ ବିଜେପି ମଧ୍ୟରେ ଦେଖିବାକୁ ମିଳିଛି ଜୋରଦାର ଫାଇଟ। ବିଜେଡି ଗୋଟିଏ ପରେ ଗୋଟିଏ ରାଉଣ୍ଡରେ ଆଗକୁ ମାଡି ଚାଲିଥିବାବେଳେ ବିଜେପି ବି ଭଲ ପ୍ରର୍ଦାନ କରିଛି ପିପିଲିରେ।ସପ୍ତମ ରାଉଣ୍ଡ ସୁଦ୍ଧା ବିଜେଡି ୭,୬୩୦ ଭୋଟରେ ଆଗୁଆ ରହିଛି। 

ବିଜେଡିକୁ ବର୍ତ୍ତମାନ ସୁଦ୍ଧା ୨୭୫୧୭ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପିକୁ ୧୯,୮୮୭ ଖଣ୍ଡ ଏବଂ କଂଗ୍ରେସ ହାତେଇଛି ୨,୦୨୭ ଖଣ୍ଡ ଭୋଟ। ଆଜି ପିପିଲି ପାଇବ ନୂଆ ବିଧାୟକ। ଯାହାକୁ ନେଇ ରାଜ୍ୟବାସୀଙ୍କ ନଜର ରହିଛି ପିପିଲି ଫଳାଫଳ ଉପରେ।