Sunday, November 15, 2026
Home ଆଞ୍ଚଳିକ ଚାଲିଛି ଗଣତି: ଜାଣନ୍ତୁ ସପ୍ତମ ରାଉଣ୍ଡରେ କାହାକୁ କେତେ ଭୋଟ ?

ଚାଲିଛି ଗଣତି: ଜାଣନ୍ତୁ ସପ୍ତମ ରାଉଣ୍ଡରେ କାହାକୁ କେତେ ଭୋଟ ?

15

୦୩/୧୦/୨୧ (ଜିଲ୍ଲା ଖବର) : ପିପିଲିରେ ଚାଲିଛି କଡା ଫାଇଟ। ବିଜେଡି ଏବଂ ବିଜେପି ମଧ୍ୟରେ ଦେଖିବାକୁ ମିଳିଛି ଜୋରଦାର ଫାଇଟ। ବିଜେଡି ଗୋଟିଏ ପରେ ଗୋଟିଏ ରାଉଣ୍ଡରେ ଆଗକୁ ମାଡି ଚାଲିଥିବାବେଳେ ବିଜେପି ବି ଭଲ ପ୍ରର୍ଦାନ କରିଛି ପିପିଲିରେ।ସପ୍ତମ ରାଉଣ୍ଡ ସୁଦ୍ଧା ବିଜେଡି ୭,୬୩୦ ଭୋଟରେ ଆଗୁଆ ରହିଛି।  

ବିଜେଡିକୁ ବର୍ତ୍ତମାନ ସୁଦ୍ଧା ୨୭୫୧୭ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପିକୁ  ୧୯,୮୮୭ ଖଣ୍ଡ ଏବଂ କଂଗ୍ରେସ ହାତେଇଛି ୨,୦୨୭ ଖଣ୍ଡ ଭୋଟ। ଆଜି ପିପିଲି ପାଇବ ନୂଆ ବିଧାୟକ। ଯାହାକୁ ନେଇ ରାଜ୍ୟବାସୀଙ୍କ ନଜର ରହିଛି ପିପିଲି ଫଳାଫଳ ଉପରେ।

ଷଷ୍ଠ  ରାଉଣ୍ଡ ସୁଦ୍ଧା…

ଚାଲିଛି ପିପିଲିରେ ଉପନିର୍ବାଚନ ଭୋଟ ଗଣତି। ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡି ରହିଛି ଆଗରେ । ୬୩୨୪ ଭୋଟରେ ଆଗରେ ରହିଛି ବିଜେଡି । ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡିକୁ ୨୩୪୬୨ ଭୋଟ ମିଳିଛି। ଏହାସହ ବିଜେପିକୁ ୧୭୧୩୮ ଭୋଟ ଏବଂ କଂଗ୍ରେସକୁ ୧୭୮୪ ମିଳିଛି। ଆଗରେ ହୁଏତ ବିଜେଡି ରହିଛି। କିନ୍ତୁ ବିଜେପି ବି ପୁରା ଦମ ଦେଖାଇଛି। 

କହିବାକୁ ଗଲେ ପିପିଲିରେ ଅନେକ ଦିନ ଧରି ବିଜେଡି ରାଜ କରିଆସିଛି । କିନ୍ତୁ ବିଜେପି ବି ଏଥର ଅନେକ ଭୋଟ ଅକ୍ତିଆର କରିଛି।