
ନୂଆଦିଲ୍ଲୀ,୦୩/୧୦/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ନିଜ ଅଭିନୟରୁ ଟିକେ ବ୍ରେକ୍ ନେଇ,ଏବେ ସାଙ୍ଗ ମାନଙ୍କ ସହ ସମୟ ବିତାଉଛନ୍ତି । ନିକଟରେ ସେ ସାଙ୍ଗମାନଙ୍କ ସହ ଜଙ୍ଗଲ ବୁଲୁଥିବାର ନଜର ଆସିଥିଲେ । ଯାହାର ଫଟୋ ସେ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହି ଫଟୋରେ ସେ କେତେବେଳେ ଫୁଲମାନଙ୍କ ମଝିରେ ବସିଥିବା ବେଳେ, କେତେବେଳେ, ନଦୀ କୂଳରେ ସାଙ୍ଗ ମାନଙ୍କ ସହ ବସି ମସ୍ତି କରୁଥିବା ଦେଖିବାକୁ ମିଳୁଛି । ଏହା ସହିତ ହାତରେ ସେମାନେ ମ୍ୟାଟ ମଧ୍ୟ ଧରିଛନ୍ତି । କେବଳ ଏତିକି ନୁହେଁ, ନଦୀ ପାଣିରେ ମଧ୍ୟ ସେ ଆନନ୍ଦ ନେଉଛନ୍ତି । ହ୍ବାଇଟ କଲର ଟପ୍ ସାଙ୍ଗକୁ ଗ୍ରୀନ କଲର ସଟ୍ସରେ ସେ ଏକଦମ୍ କ୍ୟୁଟ ଲାଗୁଛନ୍ତି । ଏହି ଫଟୋ ସେୟାର କରି କ୍ୟାପ୍ସନରେ ଲେଖିଛନ୍ତି ଯେ, les ‘fleurs du mal’ ।
ଜାହ୍ନବୀଙ୍କ କାମ କଥା ଦେଖିବାକୁ ଗଲେ, ଏବେ ତାଙ୍କ ପାଖରେ ଅନେକ ପ୍ରୋଜେକ୍ଟ ରହିଛି । ଏଥିମଧ୍ୟରେ ଗୁଡ ଲକ୍ ଏବଂ ଦୋସ୍ତାନା ୨ ମଧ୍ୟ ସାମିଲ ରହିଛି । ଏହି ଦୁଇଟି ଫିଲ୍ମରେ ସେ ଜବରଦସ୍ତ ଭୂମିକାରେ ନଜର ଆସିବେ ।


