Monday, November 16, 2026
Home ଆଞ୍ଚଳିକ ତ୍ବଚାରେ ହଳଦୀ ଲଗାଉଥିଲେ, ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ତ୍ବଚାରେ ହଳଦୀ ଲଗାଉଥିଲେ, ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

8

୦୩/୧୦/୨୧ (ଜିଲ୍ଲା ଖବର) : ସ୍ବାସ୍ଥ୍ୟ ଏବଂ ତ୍ବଚା ପାଇଁ ବହୁତ୍ ଉପକାରୀ ହଳଦୀ । ଏହା ସ୍ବାସ୍ଥ୍ୟ ଜନିତ ବିଭିନ୍ନ ସମସ୍ୟାକୁ ଦୂର କରିବା ସହିତ, ତ୍ବଚାର ସୌନ୍ଦର୍ଯ୍ୟ ଚର୍ଚ୍ଚାରେ ମଧ୍ୟ ଏହା ବ୍ୟବହାର କରାଯାଏ । ଏମିତି ଅନେକ ଲୋକ ଅଛନ୍ତି , ଯେଉଁମାନେ ତ୍ବଚାରେ ହଳଦୀ ଲଗାଇବାକୁ ପସନ୍ଦ କରନ୍ତି । ତେବେ ହଳଦୀକୁ ବିଭିନ୍ନ ପ୍ରକାରର ତ୍ବଚାରେ ବ୍ୟବହାର କରାଯାଏ । ଯାହା ଦ୍ବାରା, ତ୍ବଚା ଅଧିକ ଗୋରା ହେବା ସହିତ, ଚମକଦାର ହୋଇଥାଏ ।  ତେବେ ତ୍ବଚାରେ ହଳଦୀ ଲଗାଉଥିଲେ, ଖାସକରି କେଉଁ କଥା ପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ ଆସନ୍ତୁ ଜାଣିବା ।

-ତ୍ବଚାରେ ହଳଦୀ ଲଗାଇବା ସମୟରେ, ହଳଦୀରେ କୌଣସି କେମିକାଲ ଯୁକ୍ତ ସାମଗ୍ରୀ ମିଶାଇବା ଅନୁଚିତ୍ । ନଚେତ୍ ଏହା ତ୍ବଚାରେ ରିଆକ୍ସନ ହେବାର ସମ୍ଭାବନା ରହିଥାଏ ।

-ହଳଦୀରୁ ପ୍ରସ୍ତୁତ ଫେସପ୍ୟାକ୍ ଲଗାଇବା ସମୟରେ, ଏହାକୁ ତ୍ବଚାରେ ୨୦ ମିନିଟରୁ ଅଧିକା ସମୟ ରଖିବେ ନାହିଁ ।

-ତ୍ବଚାରେ ହଳଦୀ ପ୍ୟାକ୍ ଲଗାଇଥିଲେ, ଏହା ଧୋଇବା ପରେ, ତୁରନ୍ତ ଖରାକୁ ବାହାରନ୍ତୁ ନାହିଁ । ନଚେତ୍ ତ୍ବଚା କଳା ପଡିପାରେ ।

-ତ୍ବଚାରେ ହଳଦୀ ଲଗାଇବା ସମୟରେ , ମନେ ରଖିବା ଉଚିତ୍ ଯେ, ବେକ ଏବଂ ପିଠି ଠାରୁ ଆରମ୍ଭ କରି , ଚେହେରାର ସବୁ ଅଂଶରେ ସମାନ ପରିମାଣରେ ଏହା ଲଗାଇବା ଜରୁରୀ । ନଚେତ,ତ୍ବଚାରେ ପ୍ୟାଚ୍ ଦେଖାଯାଏ ।