
୦୩/୧୦/୨୧ (ଜିଲ୍ଲା ଖବର) : ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇସାରିଛି। ମମତା ଜିତିବେ ନା ପ୍ରିୟଙ୍କା ଜିତିବେ ତାହା ସମ୍ପୂର୍ଣ୍ଣ ଭୋଟ ଗଣତି ପରେ ଜଣାପଡ଼ିବ। ସାରା ଦେଶର ନଜର ରହିଛି ଆଜିର ସନ୍ଧ୍ୟାକୁ। ମୁଖ୍ୟମନ୍ତ୍ରୀ ଆସନରେ ରହିବାକୁ ହେଲେ ମମତା ବାନାର୍ଜୀଙ୍କୁ ଏହି ଉପନିର୍ବାଚନ ଜିତିବାକୁ ହେବ । କିନ୍ତୁ ବର୍ତ୍ତମନା ପର୍ଯ୍ୟନ୍ତ ମମତା ବାନାର୍ଜୀ ଆଗରେ ଅଛନ୍ତି।
ମୁଖ୍ୟମନ୍ତ୍ରୀ ମମତା ବାନାଜୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ପ୍ରିୟଙ୍କା ଟିବରଓ୍ୱୋଲଙ୍କଠାରୁ ପୂର୍ବାହ୍ନ ୧୧ଟା ସୁଦ୍ଧା ସୁଦ୍ଧା ଶେଷ ହୋଇଥିବା ଚତୁର୍ଥ ରାଉଣ୍ଡ ଭୋଟ ଗଣତିରେ ୧୨,୦୦୦ଭୋଟରେ ଆଗୁଆ ରହିଛନ୍ତି।
ମମତା ୧୬,୩୯୭ ଭୋଟ ପାଇଥିବାବେଳେ ପ୍ରିୟଙ୍କା ୩୯୬୨ ଭୋଟ ପାଇଛନ୍ତି।


