
୦୩/୧୦/୨୧ (ଜିଲ୍ଲା ଖବର) : ହଳଦୀ ହେଉଛି ଏକ ଏମିତି ମସଲା, ଯାହା ଖାଦ୍ୟର ସ୍ବାଦ ବଢାଇବା ସହିତ, ରଙ୍ଗ ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଏ । ଏହାକୁ ଆୟୁର୍ବେଦରେ ଔଷଧ ରୂପେ ମଧ୍ୟ ବ୍ୟବହାର କରାଯାଏ । ଏଥିରେ ଆଣ୍ଟିସେପ୍ଟିକ, ଆଣ୍ଟିବାୟୋଟିକ , ଆଇରନ, ଭିଟାମିନ୍ ଇ, ସି, ପ୍ରୋଟିନ, ସୋଡିୟମ, କ୍ୟାଲସିୟମ, ଫାଇବର ଆଦିର ଗୁଣ ଭରପୁର ରହିଥାଏ । ଯାହା ଶରୀରକୁ ଭାଇରାଲ ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରେ । ହଳଦୀକୁ ବିଭିନ୍ନ ଉପାୟରେ ଡାଏଟରେ ମଧ୍ୟ ବ୍ୟବହାର କରି ପାରିବେ । ତେବେ ଆସନ୍ତୁ ଜାଣିବା ହଳଦୀର ସ୍ବାସ୍ଥ୍ୟ ଉପକାରତା ସମ୍ପର୍କରେ ।
-ଇମ୍ୟୁନିଟିକୁ ମଜବୁତ୍ କରିବାକୁ ଚାହୁଁଥିଲେ, ଅଳ୍ପ ଉଷୁମ କ୍ଷୀରରେ ହଳଦୀ ପକାଇ ସେବନ କରିପାରିବେ ।
-alzheimer ସମସ୍ୟା ପାଇଁ ହଳଦୀ ବହୁତ୍ ଉପକାରୀ । ଏହା ସେବନ କରିବା ଦ୍ବାରା alzheimer ସମସ୍ୟାକୁ ସୁଧାରିବାରେ ଏହା ସାହାଯ୍ୟ କରେ ।
-ଚାପଗ୍ରସ୍ତ ରହୁଥିଲେ, ଏଥିପାଇଁ ହଳଦୀ ବହୁତ୍ ଉପକାରୀ ହୋଇଥାଏ । ହଳଦୀକୁ ଯେକୌଣସି ଉପାୟରେ ବ୍ୟବହାର କରିବା ଦ୍ବାରା, ଏହା ଚାପଗ୍ରସ୍ତ ସମସ୍ୟାକୁ କମ୍ କରି ମାନସିକ ଶାନ୍ତି ପ୍ରଦାନ କରେ ।
-ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରୁ ରକ୍ଷା ପାଇବାକୁ ଚାହୁଁଥିଲେ, ହଳଦୀ ବ୍ୟବହାର କରି ପାରିବେ । ଉଷୁମ୍ କ୍ଷୀରରେ ହଳଦୀ ଗୁଣ୍ଡ ପକାଇ ସେବନ କରିବା ଦ୍ବାରା, ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରୁ ଆରାମ୍ ମିଳିଥାଏ ।
-ପାଚନ ଜନିତ ସମସ୍ୟାରୁ ମୁକ୍ତି ଦେବାରେ ସାହାଯ୍ୟ କରେ ହଳଦୀ ।
-ଅତ୍ୟଧିକ କୃମି ହେଉଥିଲେ, ଏଥିପାଇଁ ମଧ୍ୟ ହଳଦୀ ସେବନ କରି ପାରିବେ ।


